ସମ୍ କର୍ତ୍ତୃପକ୍ଷ ଓ ନବନିର୍ମାଣ ସଂଗଠନମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନାଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସମ୍ କର୍ତ୍ତୃପକ୍ଷଙ୍କ ପ୍ରତିଶ୍ରୁତି
ଭୁବନେଶ୍ୱର, ୨୩.୪ : ସମ୍ କର୍ତ୍ତୃପକ୍ଷ ଓ ନବନିର୍ମାଣ କୃଷକ ସଂଗଠନ ନେତୃମଣ୍ଡଳୀଙ୍କ ମଧ୍ୟରେବୁଧବାର ହୋଟେଲ ସନ୍ସାଇନରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ଆଲୋଚନାହୋଇଯାଇଛି । ଆଲୋଚନାରେ ନବନିର୍ମାଣ କୃଷକ ସଂଗଠନ ତରଫରୁ ଜାତୀୟ ଅଧ୍ୟକ୍ଷ ଅକ୍ଷୟକୁମାର, ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସହ ସଂଯୋଜକ ଉମାକାନ୍ତ ଭାରତ, ରଶ୍ମୀରଞ୍ଜନ ସ୍ୱାଇଁ,ଡଃ କୁଳମଣି ଓ ଯୁବ ସଂଗଠନର ରାଜ୍ୟ ସଭାପତି ମନୱର ଅଲ୍ଲୀ, ମଧୁମିତା ସାମଲ, ଅମିତଜେନା ପ୍ରମୁଖ ଯୋଗ ଦେଇଥିବା ବେଳେ ସୋଆ ଉପକୁଳପତି ପ୍ରଦିପ୍ତ କୁମାର…