ରଘୁନାଥପୁର ତହସିଲଦାର ଙ୍କ ବଦଳି ବାତିଲ ପାଇଁ ଅଣ୍ଟାଭିଡୁଛନ୍ତି ସାଂସଦ ବଦଳି ଆଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଜିଲ୍ଲା ସଚେତନ ନାଗରିକଙ୍କ ଦାବୀ
ଜଗତସିଂହପୁର ତା ୮/୫(ନିପ୍ର) ରଘୁନାଥପୁର ଅଂଚଳର ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗକୁ ଭିତିକରି ରାଜ୍ୟ ସରକାର ରଘୁନାଥପୁର ତହସିଲଦାର ଅଭିପ୍ସା ପଟ୍ଟନାୟକଙ୍କ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ତହସିଲକୁ ବଦଳି କରିଛନ୍ତି। ତାଙ୍କର ବଦଳି ନାମାକୁ ଅଂଚଳର କିଛି ଦୁର୍ନୀତିଗ୍ରସ୍ତ କୁଜିନେତା ଓ ଜୈନିକ ସାଂସଦ ବାତିଲ କରିବା ପାଇଁ ମସୁଧା ଚଳାଇଥିବା କଥା ଅଞ୍ଚଳରେ ଚର୍ଚ୍ଚାଜୋର ଧରିଥିବାବେଳେ ଏହାକୁ ବିରୋଧ କରି ଗୁରୁବାର ଜିଲ୍ଲା ସଚେତନ ନାଗରିକ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରା…