ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥଧାମ ନାମକରଣ ପ୍ରତିବାଦରେ ଓଡ଼ିଆଅସ୍ମିତା ପରିଷଦର ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ

Express News

ଭୁବନେଶ୍ୱର, ୭.୫ : ପଶ୍ଚିମ ବଙ୍ଗଳାରେ ଦୀଘାଠାରେ ଗତ ଅକ୍ଷୟ ତୃତୀୟା ଦିନ ପ୍ରତିଷ୍ଠା
ହୋଇଥିବା ଜଗନ୍ନାଥଙ୍କର ଦାରୁ ବିଗ୍ରହ ସ୍ଥାପନ ପରେ ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ
ନାମକରଣ କରିବା ଫଳରେ ପୁରୀ ଜଗନ୍ନାଥ ମନ୍ଦିରର ଗାରିମ ନଷ୍ଟ ଓ ମହିମାକୁ କ୍ଷୁର୍ଣ୍ଣ କରୁଛି ।
ଏହି ଘଟଣାରେ ଯେଉଁ ସେବାୟତମାନେ ସମ୍ପୃକ୍ତ, ସେମାନଙ୍କୁ ତୁରନ୍ତ ଗିରଫ କରିବା ସହିତ ପୁରୀ
ଶ୍ରୀମନ୍ଦିର ସେବାରୁ ଅବ୍ୟାହତି ଦେବାକୁ ଓଡ଼ିଆ ଅସ୍ମିତା ପରିଷଦ ତରଫରୁ ଦାବି କରାଯାଇ
ବୁଧବାର ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ ହରିବାବୁ କମ୍ଭମପାଟିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ
କରାଯାଇଛି ।
ଅସ୍ମିତା ପରିଷଦର ଆବାହକ ରବି ବେହେରାଙ୍କ ନେତୃତ୍ୱରେ ସର୍ବଶ୍ରୀ ଅରୁଣ ଜେନା,
ନାରାୟଣ ଡାଳୁଆ ଓ କରୁଣାକର ହେତା ପ୍ରମୁଖ ଏକ ପ୍ରତିନିଧି ଦଳ ଯାଇ ରାଜଭବନରେ
ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିବା ସହିତ କିଛି ଦଇତାପତି ନବକଳେବର ସମୟରେ
ପୁରୀ ଜଗନ୍ନାଥ ମନ୍ଦିରରେ ଗଚ୍ଛିତ ଥିବା ପବିତ୍ର ବିଗ୍ରହଙ୍କର ଦାରୁକୁ ଲୁ·ଛପାରେ ନେଇ
ପଶ୍ଚିମବଙ୍ଗଳା ଦୀଘାଠାରେ ତିଆରି ହୋଇଥିବା ଜଗନ୍ନାଥଙ୍କ ବିଗ୍ରହରେ ଲଗାଇଛନ୍ତି ବୋଲି
ଶ୍ରୀଯୁକ୍ତ ରାମକୃଷ୍ଣ ଦାସମହାପାତ୍ର ଯେଉଁ ସ୍ୱୀକୋରକ୍ତି କରିଛନ୍ତି, ତାହା ଏକ ଗର୍ହିତ ଅପରାଧ
ଏବଂ ଜଗନ୍ନାଥ ସଂସ୍କୃତି ଓ ଓଡ଼ିଆ ଅସ୍ମିତା ପ୍ରତି ଏକ ଚରମ ଅପମାନ ଯାହା
ବିଶ୍ୱବ୍ୟାପୀ କୋଟି କୋଟି ଜଗନ୍ନାଥଙ୍କ ଭକ୍ତମାନଙ୍କ ଭାବାବେଗକୁ ଆଘାତ ଦେଇଛି । ଏହି
ଘଟଣାର ଜଣେ ଉଚ୍ଚ ନ୍ୟାୟାୟର ବି·ରପତିଙ୍କ ଦ୍ୱାରା ନ୍ୟାୟିକ ତଦନ୍ତ କରିବାକୁ ପରିଷଦ ଦାବି
କରୁଛି । ଜଗନ୍ନାଥଙ୍କ ସେବାୟତ ଓ ଦଇତାପତିମାନେ ସତ୍ତ୍ୱଲିପିରେ ଦିଆଯାଇଥିବା ଅଧିକାରକୁ
ଆଇନର ଉଦ୍ଧ୍ୱର୍ରେ ଭାବି ଜଗନ୍ନାଥଙ୍କ ସଂସ୍କୃତି ଓ ଭାବାବେଗ ସହିତ ଖେଳ ଖେଳି ଆସୁଛନ୍ତି ।
ନବ କଳେବର ସମୟରେ ବ୍ରହ୍ମ ବିଭ୍ରାଟ ହେଉ କିମ୍ବା ରନô ଭଣ୍ଡାରର ·ବି ହଜିବା ଘଟଣା ହେଉ ଅଥବା
ବଡ଼ଠାକୁର ବଳଭଦ୍ରଙ୍କ ମୂର୍ତ୍ତି ରଥରୁ ବିଜେ ସମୟରେ ତଳି ପଡ଼ିଯିବା ହେଉ, ପ୍ରତିଟି ଘଟଣା
କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ପ୍ରତି ଚରମ ଆଘାତ ଦେଇଛି । କିନ୍ତୁ ଏହିସବୁ
ଅବହେଳା ପାଇଁ ଦାୟୀ ପ୍ରଶାସନିକ ଅଫିସର ଓ ସେବାୟତମାନଙ୍କୁ ଦଣ୍ଡିତ କରାନଯିବା କିମ୍ବା
ସେମାନଙ୍କ ବିରୁଦ୍ଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଜଗନ୍ନାଥ ସଂସ୍କୃତି
ପ୍ରତି ଅପମାନ ବୋଲି ଓଡ଼ିଆ ଅସ୍ମିତା ପରିଷଦ ଅଭିଯୋଗ କରିଛି । ସେହିପରି
ଜଗନ୍ନାଥଙ୍କ ନାମରେ ଥିବା ଜମିବାଡ଼ିକୁ ନେଇ ଯେଉଁ ଦୁର୍ନୀତି ଓ କେଳେଙ୍କାରୀ
କରାଯାଇଛି, ତହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏହି
ସ୍ମାରକପତ୍ରରେ ଦର୍ଶାଯାଇଛି ।
ମାନ୍ୟବର ରାଜ୍ୟପାଳ ଜଗନ୍ନାଥ ସଂସ୍କୃତିର ହଜାର ହଜାର ବର୍ଷର ଗାରିମାକୁ ଅକ୍ଷୁର୍ଣ୍ଣ ଓ
ଅତୁଟ ରଖିବା ତଥା ପୁରୀ ଜଗନ୍ନାଥ ଧାମର ଆଧ୍ୟାତ୍ମିକ ଚେତନାକୁ ବଜୟ ରଖିବା ପାଇଁ
ପଶ୍ଚିମ ବଙ୍ଗଳା ସରକାରଙ୍କ ପକ୍ଷରୁ ପ୍ରତିଷ୍ଠା ହୋଇଥିବା ଦୀଘା ଜଗନ୍ନାଥ ଧାମ ଦ୍ୱନ୍ଦ୍ୱକୁ ନେଇ
ଓଡ଼ିଆ ଓ ପଶ୍ଚିମ ବଙ୍ଗଳା ମଧ୍ୟରେ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବା,
ଆବଶ୍ୟକ ପଡ଼ିଲେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଦାବି କରି ଘଟଣାରେ ପୂର୍ଣ୍ଣଚ୍ଛେଦ ପକାଇବ ପାଇଁ
ପଦକ୍ଷେପ ନେବାକୁ ଓଡ଼ିଆ ଅସ୍ମିତା ପରିଷଦ ତରଫରୁ ମାନ୍ୟବର ରାଜ୍ୟପାଳଙ୍କୁ ଅନୁରୋଧ

କରାଯାଇଛି । ମାନ୍ୟବର ରାଜ୍ୟପାଳ ସ୍ମାରକପତ୍ରକୁ ଗ୍ରହଣ କରି ସରକାରଙ୍କ ସହିତ ଆଲୋଚନା
କରି ଉଭୟ ରାଜ୍ୟ ମଧ୍ୟରେ ଭାଇ·ରା ଓ ସାଂସ୍କୃତିକ ସଦ୍ଭାବନା ବଜାୟ ରଖିବା ପାଇଁ ଉଚିତ୍
ପଦକ୍ଷେପ ନେବେ ବୋଲି ପ୍ରତିନିଧି ମଣ୍ଡଳୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Back To Top
× How can I help you?