ଭୁବନେଶ୍ୱର ତା 5/5- ନାଜି ଜର୍ମାନୀର ଆକ୍ରମଣକୁ ବେଖାତିର କରି ଦ୍ୱତୀୟ ବିଶ୍ୱଯୁଦ୍ଧ ସମୟରେ ବିଜୁପଟନାୟକ ଯେଉଁ ସାହସ ଓ ପରାକ୍ରମ ଦେଖାଇ ଥିଲେ ସେଥିପାଇଁ ଆଜି ଅଶି ବର୍ଷ ପରେ ରୁଷିଆ ପକ୍ଷରୁ ବିଜୁବାବୁଙ୍କୁ ସମ୍ମାନିତ କରିବା ପାଇଁ ତାଂକ ପୁଅ ନବୀନ ପଟନାୟକଙ୍କ ପାଖକୁ ନିମନ୍ତ୍ରଣ ଆସିବା ଓଡ଼ିଆ ଜାତି ପାଇଁଗର୍ବ ଓ ଗୌରବ. ଓଡ଼ିଆ ଅସ୍ମିତା ପରିଷଦ ଏହାକୁ ସ୍ୱାଗତ କରୁଛି. ବିଜୁ ବାବୁଙ୍କ ସ୍ୱାଧୀନତା ସଂଗ୍ରାମକୁ ଅବଦାନ,ଦ୍ୱତୀୟ ବିଶ୍ୱ ଯୁଦ୍ଧ, ଇଣ୍ଡୋନେସିଆ ସଂଗ୍ରାମ, ଭାରତ -ଚୀନ, ଭାରତ -ପାକିସ୍ତାନ ଯୁଦ୍ଧ ଓ କାଶ୍ମୀର ଆକ୍ରମଣବେଳେ 1947 ରେ ତାଂକ ଭୂମିକା ଉପରେ ସ୍କୁଲ ବହିରେ ବିସ୍ତୃତ ଲେଖା ପ୍ରକାଶ ପାଇଲେ ଆଗାମୀ ପିଢ଼ି ତାଂକଦେଶ ପ୍ରେମ ଓ ଅବଦାନ ଉପରେ ଅବଗତ ହୋଇପାରିବେ ବୋଲି ଓଡ଼ିଆ ଅସ୍ମିତା ପରିଷଦର ଆବାହକ ରବିବେହେରା କହିଛନ୍ତି. ମାନ୍ୟବର ମୁଖମନ୍ତ୍ରୀ ଏ ଦିଗରେ ପଦକ୍ଷେପ ନେବାକୁ ଶ୍ରୀ ବେହେରା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧକରିଛନ୍ତି.
Daily News