
ଭୁବନେଶ୍ୱର, ୬.୫ : ଛତିଶଗଡ଼ ସରକାର କଲମା ବ୍ୟାରେଜର ସମସ୍ତ ଗେଟ୍ ବନ୍ଦ କରିବାଦ୍ୱାରା ଓଡ଼ିଶାରେ ଗମ୍ଭୀର ଜଳ ସମସ୍ୟା ସୃଷ୍ଟି ହୋଇଛି । ଚଳିତବର୍ଷ ଏପ୍ରିଲ ଆରମ୍ଭରୁ କଲମାବ୍ୟାରେଜର ୬୬ଗେଟ୍ ମଧ୍ୟରୁ ୬୫ଟି ଗେଟ୍ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । କେବଳ ଗୋଟିଏଗେଟ୍ରେ ମାତ୍ର ୫ ସେଣ୍ଟିମିଟର ଖୋଲା ରହିଛି । ଯାହାଫଳରେ ମହାନଦୀର ନିମ୍ନ ଅବବାହିକା ଜଳସ୍ରୋତ କମିବା ସହିତ ମହାନଦୀର ସମସ୍ତ ଶାଖାନଦୀ ଗୁଡ଼ିକ ଶୁଖି ଗଲାଣି ।ପ୍ରତ୍ୟେକ ଥର ଛତିଶଗଡ଼ ସରକାରଙ୍କ ଏପରି ଏକ·ଟିଆ ନିଷ୍ପତ୍ତି ଯୋଗୁଓଡ଼ିଶାବାସୀଙ୍କ ପାଇଁ ଏକ ଗମ୍ଭୀର ଜଳ ଅଭାବ ସୃଷ୍ଟି ହୋଇଛି । କାରଣ ମାର୍ଚ୍ଚ ମାସ ଶେଷସପ୍ତାହରୁ ରାଜ୍ୟରେ କୌଣସି ପାଣି ପ୍ରବାହିତ ହୋଇନାହିଁ । ଝାରସୁଗୁଡ଼ା ଜିଲ୍ଲାର ଲଖନପୁରବ୍ଲକର ସୁଖାସୋଡ଼ା ପରି ଅଞ୍ଚଳରେ ଯେଉଁଠାରୁ ମହାନଦୀ ଓଡ଼ିଶାରେ ପ୍ରବେଶ କରେ, ସେହିନଦୀପଠା ଏବେ ମରୁଭୂମି ପାଲଟିଛି । ଟି୍ରପଲ୍ ଇଞ୍ଜିନ ସରକାରଙ୍କ ବିଫଳତା ଯୋଗୁ ଏଭଳିଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି । କେନ୍ଦ୍ର ଛତିଶଗଡ଼ ଏବଂ ଓଡ଼ିଶାରେ ବିଜେପିନେତୃତ୍ୱାଧୀନ ସରକାର ଏହା ଉପରେ ଦୃଷ୍ଟ ନଦେବା ଦୁର୍ଭାଗ୍ୟର ବିଷୟ । କେନ୍ଦ୍ର ସରାକରଙ୍କ ନିୟନ୍ତ୍ରଣଏବଂ ଉଭୟ ରାଜ୍ୟରେ ବିଜେପିର ଉପସ୍ଥିତି ସତ୍ତ୍ୱେ ଦୀର୍ଘକାଳୀନ ମହାନଦୀ ଜଳ ବିବାଦ ଅସମାହିତହୋଇ ରହିଛି ଯାହା ଓଡ଼ିଶାରେ ଜଳ ଅଭାବ ସୃଷ୍ଟି କରିଛି । ଜଳ ଅଭାବର ପ୍ରଭାବସୁଦୂରପ୍ରସାରୀ । ପାରମ୍ପରିକ ଭାବରେ ଜୀବିକା ପାଇଁ ମହାନଦୀ ଉପରେ ନିର୍ଭର କରୁଥିବାମତ୍ସ୍ୟଜୀବୀମାନେ ଏବେ ଜୀବିକା ନିର୍ବାହ ପାଇଁ ସଂଘର୍ଷ କରୁଛନ୍ତି । ପାଣିର ଅଭାବ·ଷୀମାନଙ୍କୁ ମଧ୍ୟ ପ୍ରଭାବିତ କରିଛି । ବିଶେଷକରି ରବି ଫସଲ ·ଷ କରୁଥିବା କୃଷକମାନେଜଳସେଚନ ପାଇଁ ନଦୀ ଜଳ ଉପରେ ନିର୍ଭର କରନ୍ତି, ସେମାନେ ଏବେ ନିଜର ଜୀବିକା ହରାଉଛନ୍ତି ।ଏହି ସମସ୍ୟା କେବଳ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରୁନାହିଁ ବରଂ ଓଡ଼ିଶାରେ ଭୂତଳ ଜଳସ୍ତରରେମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରସା ଘଟିଛି ।ଦୁଇ ରାଜ୍ୟ ମଧ୍ୟରେ ଦୀର୍ଘକାଳୀନ ଜଳ ବିବାଦର ସମାଧାନ କରିବା ଲକ୍ଷ୍ୟରେ ସୁପି୍ରମକୋର୍ଟ୧୨ ମାର୍ଚ୍ଚ ୨୦୧୮ରେ ମହାନଦୀ ଜଳ ବିବାଦ ଟି୍ରବୁନାଲ ପ୍ରତିଷ୍ଠା କରିଥିଲେ । କିନ୍ତୁ ସାତବର୍ଷପରେ ଏହି ସମସ୍ୟାର ସମାଧାନ ଅଦ୍ୟାବଧି ହୋଇପାରି ନାହିଁ । ଅଣମୌସୁମୀ ଋତୁରେ କଲମାବ୍ୟାରେଜର ଗେଟ୍ ବନ୍ଦ ହେବା ଦ୍ୱାରା ଓଡ଼ିଶାରେ ଜଳ ସମସ୍ୟାକୁ ଆହୁରି ଜଟିଳ କରିଛି ।ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଲାଗିରହିଛି, ଏଥିପାଇଁ ପାଣି ଏବେ ଲୋକଙ୍କର ନିତାନ୍ତଆବଶ୍ୟକ, ଏଭଳି ଏକ ଗମ୍ଭୀର ସମୟରେ ସରାକାର କୌଣସି ପଦକ୍ଷେପ ନ ନେଇ ବୀରବଦ୍ରଷ୍ଟା ସାଜିଛନ୍ତିଯାହା ସରକାରଙ୍କ ଅପାରଗତାକୁ ସୁ·ଉଛି ।ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ଶିବ ହାତୀ ଯାଦବ ଛତିଶଗଡ଼ ସରକାରଙ୍କନିଷ୍ପତ୍ତିକୁ କଡ଼ା ନିନ୍ଦା କରିବା ସହିତ ଛତିଶଗଡ଼ ସରକାର ଓଡ଼ିଶାକୁ ମରୁଭୂମିରେ ପରିଣତକରିବାର ପ୍ରୟାସ କରୁଛନ୍ତି ବୋଲି କହିଛନ୍ତି । ସେ ଗୁରୁତ୍ୱାରୋପ କରିଛନ୍ତି ଯେ, ମହାନଦୀଜଳ ବିବାଦର ଶୀଘ୍ର ସମାଧାନ ହେବା ଆବଶ୍ୟକ । କାରଣ ଏହା ଓଡ଼ିଶାର ଲୋକଙ୍କ ବଞ୍ଚôବା ପାଇଁଅତ୍ୟନ୍ତ ଗୁରୁ୍ତ୍ୱପୂର୍ଣ୍ଣ । ତେଣୁ କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରି ଜଳ ସଙ୍କଟ ସମସ୍ୟାରସାଧାନ କରନ୍ତୁ ବୋଲି ଶ୍ରୀ ଯାଦବ ଦାବି କରିଛନ୍ତି ।