
11020/11019 ଭୁବନେଶ୍ୱର-ସିଏସଏମଟି ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ, 17015/17016 ଭୁବନେଶ୍ୱର-ସିକନ୍ଦରାବାଦ-ଭୁବନେଶ୍ୱର ବିଶାଖା ଏକ୍ସପ୍ରେସ ଏବଂ 22819/22820 ଭୁବନେଶ୍ୱର-ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସର ଟର୍ମିନାଲ ପଏଣ୍ଟ 12.05.2025 ଠାରୁ ପରିବର୍ତନ କରାଯାଇ ଭୁବନେଶ୍ୱର ନୂତନ ଷ୍ଟେସନ ଠାରୁ ଏହାର ଯାତ୍ରା ପ୍ରାରମ୍ଭ ଏବଂ ଶେଷ କରିବ |
ଉପରୋକ୍ତ ସମସ୍ତ ଟ୍ରେନଗୁଡ଼ିକ ମଞ୍ଚେଶ୍ୱର ରେଳ ଷ୍ଟେସନରେ ଉଭୟ ଦିଗରୁ ପ୍ରତ୍ୟେକ ଦୁଇ ମିନିଟ୍ ପାଇଁ ରହଣି ପ୍ରଦାନ କରିବେ |
ଭୁବନେଶ୍ୱର ମୁଖ୍ୟ ଷ୍ଟେସନରେ ଉପୋରକ୍ତ ଟ୍ରେନ ଗୁଡିକ 20 ମିନିଟ୍ ରହଣି ସମୟ ପ୍ରଦାନ କରିବେ |
ଉତ୍ତର ଭୁବନେଶ୍ୱର, ଆଠଗଡ଼ ଏବଂ କଟକ ଅଞ୍ଚଳର ଲୋକମାନେ ଅଧିକ ଲାଭ ପାଇବେ |
ଭୁବନେଶ୍ୱର ନୂତନ ଷ୍ଟେସନରେ ତିନୋଟି ଟ୍ରେନ ପାଇଁ ଟର୍ମିନାଲ ପଏଣ୍ଟ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି | ପୂର୍ବରୁ ଥିବା ଭୁବନେଶ୍ୱର ମୁଖ୍ୟ ଷ୍ଟେସନ ପରିବର୍ତ୍ତେ ଏହି ଟ୍ରେନ ଗୁଡିକ ଭୁବନେଶ୍ୱର ନୂତନ ଷ୍ଟେସନ ଠାରୁ ଯାତ୍ରା ଆରମ୍ଭ କରିବେ | ଏହି ଟ୍ରେନଗୁଡ଼ିକ ହେଉଛି _ 11020/11019 ଭୁବନେଶ୍ୱର-CSMT ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ, 17015/17016 ଭୁବନେଶ୍ୱର-ସିକନ୍ଦରାବାଦ-ଭୁବନେଶ୍ୱର ବିଶାଖା ଏକ୍ସପ୍ରେସ ଏବଂ 22819/22820 ଭୁବନେଶ୍ୱର-ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ |
11 ମଇ ଠାରୁ ମୁମ୍ବାଇରୁ ଛାଡୁଥିବା 11019 ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ ଭୁବନେଶ୍ୱର ନୂତନ ଷ୍ଟେସନରେ ଏହାର ଯାତ୍ରା ଶେଷ କରିବ | ପୂର୍ବ ନିର୍ଦ୍ଧାରିତ ସମୟରେ ଭୁବନେଶ୍ୱର ମୁଖ୍ୟ ଷ୍ଟେସନରେ ପହଞ୍ଚିବା ପରେ, ଏହି ଟ୍ରେନ ରାତ୍ରି 11ଘ.55ମି.ରେ ଭୁବନେଶ୍ୱର ନୂତନ ଅଭିମୁଖେ ଯାତ୍ରା କରିବ | ଏହି ଟ୍ରେନ ରାତ୍ରି 12ଘ.02ମି.ରେ ମଞ୍ଚେଶ୍ୱରରେ ପହଞ୍ଚିବ ଏବଂ 12ଘ.04ମି.ରେ ଛାଡି ରାତ୍ରି 12ଘ.20ମି.ରେ ଭୁବନେଶ୍ୱର ନୂତନ ଷ୍ଟେସନରେ ପହଞ୍ଚିବ |
11020 ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ 12 ମଇ 2025 ଠାରୁ ଭୁବନେଶ୍ୱର ମୁଖ୍ୟ ଷ୍ଟେସନ ପରିବର୍ତ୍ତେ ଅପରାହ୍ନ 02ଘ.40ମି.ରେ ଭୁବନେଶ୍ୱର ନୂତନ ଷ୍ଟେସନରୁ ଛାଡିବ | ଏହି ଟ୍ରେନ ଅପରାହ୍ନ 02ଘ.48ମି.ରେ ମଞ୍ଚେଶ୍ୱରରେ ପହଞ୍ଚି ଅପରାହ୍ନ 02ଘ.50ମି.ରେ ଭୁବନେଶ୍ୱର ମୁଖ୍ୟ ଷ୍ଟେସନ ଅଭିମୁଖେ ଛାଡିବ | ଅପରାହ୍ନ 3 ଘଟିକାରେ ଭୁବନେଶ୍ୱର ମୁଖ୍ୟ ଷ୍ଟେସନରେ ପହଞ୍ଚିବା ପରେ ଏହି ଟ୍ରେନ ପୂର୍ବ ନିର୍ଦ୍ଧାରିତ ସମୟରେ ମୁମ୍ବାଇ ଅଭିମୁଖେ ଯାତ୍ରା କରିବ |
ସେହିପରି, 11 ମଇ ଠାରୁ ସିକନ୍ଦରାବାଦରୁ ଛାଡୁଥିବା 17016 ସିକନ୍ଦରାବାଦ-ଭୁବନେଶ୍ୱର ବିଶାଖା ଏକ୍ସପ୍ରେସ ଭୁବନେଶ୍ୱର ନୂତନ ଷ୍ଟେସନରେ ଶେଷ କରିବ | ନିର୍ଦ୍ଧାରିତ ସମୟରେ ଭୁବନେଶ୍ୱର ମୁଖ୍ୟ ଷ୍ଟେସନରେ ପହଞ୍ଚିବା ପରେ ଏହି ଟ୍ରେନ ଅପରାହ୍ନ 4 ଘଟିକାରେ ଭୁବନେଶ୍ୱର ନୂତନ ଷ୍ଟେସନ ଅଭିମୁଖେ ଯାତ୍ରା କରିବ | ଏହି ଟ୍ରେନ ଅପରାହ୍ନ 4ଘ.04ମି.ରେ ମଞ୍ଚେଶ୍ୱରରେ ପହଞ୍ଚି ଅପରାହ୍ନ 4ଘ.0ମି.ରେ ଛାଡିବ ଏବଂ ତା’ପରେ ଅପରାହ୍ନ 4ଘ.25ମି.ରେ ଭୁବନେଶ୍ୱର ନୂତନ ଷ୍ଟେସନରେ ପହଞ୍ଚିବ |
17015 ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ 12 ମଇ 2025 ଠାରୁ ଭୁବନେଶ୍ୱର ମୁଖ୍ୟ ଷ୍ଟେସନ ପରିବର୍ତ୍ତେ ପୂର୍ବାହ୍ନ 8 ଘଟିକାରେ ଭୁବନେଶ୍ୱର ନୂତନ ଷ୍ଟେସନରୁ ଛାଡିବ | ଏହି ଟ୍ରେନଟି ପୂର୍ବାହ୍ନ 08ଘ.08ମି.ରେ ମଞ୍ଚେଶ୍ୱରରେ ପହଞ୍ଚି ପୂର୍ବାହ୍ନ 08ଘ.10ମି.ରେ ଭୁବନେଶ୍ୱର ମୁଖ୍ୟ ଷ୍ଟେସନ ଅଭିମୁଖେ ଯାତ୍ରା କରିବ | ପୂର୍ବାହ୍ନ 08ଘ.20 ମି.ରେ ଭୁବନେଶ୍ୱର ମୁଖ୍ୟ ଷ୍ଟେସନରେ ପହଞ୍ଚିବା ପରେ ଏହି ଟ୍ରେନଟି ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବାହ୍ନ 08ଘ.40 ମି.ରେ ମୁମ୍ବାଇ ଅଭିମୁଖେ ଯାତ୍ରା କରିବ |
ଏହା ବ୍ୟତୀତ, ବିଶାଖାପାଟଣାରୁ ଛାଡୁଥିବା 22820 ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ 12 ମଇ ଠାରୁ ଭୁବନେଶ୍ୱର ନୂତନ ଷ୍ଟେସନରେ ଏହାର ଯାତ୍ରା ଶେଷ କରିବ | ନିର୍ଦ୍ଧାରିତ ସମୟରେ ଭୁବନେଶ୍ୱର ମୁଖ୍ୟ ଷ୍ଟେସନରେ ପହଞ୍ଚିବା ପରେ ଏହି ଟ୍ରେନଟି ରାତ୍ରି 12ଘ.15ମି.ରେ ଭୁବନେଶ୍ୱର ନୂତନ ଷ୍ଟେସନ ଅଭିମୁଖେ ଯାତ୍ରା କରିବ | ଏହି ଟ୍ରେନଟି ରାତ୍ରି 12ଘ.20ମି.ରେ ମଞ୍ଚେଶ୍ୱରରେ ପହଞ୍ଚି ରାତ୍ରି 12ଘ.22ମି.ରେ ଛାଡିବ ଏବଂ ତା’ପରେ ରାତ୍ରି 12ଘ.35ମି.ରେ ଭୁବନେଶ୍ୱର ନୂତନ ଷ୍ଟେସନରେ ପହଞ୍ଚିବ |
22819 ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ୍ 12 ମଇ 2025 ଠାରୁ ଭୁବନେଶ୍ୱର ମୁଖ୍ୟ ଷ୍ଟେସନ ପରିବର୍ତ୍ତେ ସକାଳ 07ଘ.15 ମି.ରେ ଭୁବନେଶ୍ୱର ନୂତନ ଷ୍ଟେସନରୁ ଯାତ୍ରା ପ୍ରାରମ୍ଭ କରିବ | ଏହି ଟ୍ରେନଟି ସକାଳ 07ଘ.18 ମି.ରେ ମଞ୍ଚେଶ୍ୱରରେ ପହଞ୍ଚି ସକାଳ 07ଘ.20 ମି.ରେରେ ଭୁବନେଶ୍ୱର ମୁଖ୍ୟ ଷ୍ଟେସନ ଅଭିମୁଖେ ଯାତ୍ରା କରିବ | ସକାଳ 07ଘ.25 ମି.ରେ ଭୁବନେଶ୍ୱର ମୁଖ୍ୟ ଷ୍ଟେସନରେ ପହଞ୍ଚିବା ପରେ ଏହି ଟ୍ରେନଟି ପୂର୍ବ ନିର୍ଦ୍ଧାରିତ ସମୟରେ ସକାଳ 07ଘ.45 ମି.ରେ ମୁମ୍ବାଇ ଅଭିମୁଖେ ଯାତ୍ରା କରିବ |