ଜାତି ଜନଗଣନାକୁ ସ୍ୱାଗତଓଡ଼ିଶାରେ ଓବିସିଙ୍କୁ ୨୭ ଭାଗ ସଂରକ୍ଷଣ ଦେବାକୁ ଦାବି

Express News

ଭୁବନେଶ୍ୱର, ୨.୫ : ୧୯୯୦ ମସିହା ଅଗଷ୍ଟ ୭ ତାରିଖ ଦିନ କେନ୍ଦ୍ର ସରକାର ସରକାରୀ ·କିରିରେ ୨୭
ଭାଗ ପଛୁଆବର୍ଗ ସଂରକ୍ଷଣ ଲାଗୁ କଲେ । ବହୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କର ଏହି ଘୋଷଣାକୁ ସମ୍ମାନ
ଜଣାଇ ନିଜ ନିଜ ରାଜ୍ୟରେ ପଛୁଆବର୍ଗଙ୍କ ପାଇଁ ୨୭ଭାଗ ସଂରକ୍ଷଣ କାର୍ଯ୍ୟକାରୀ କଲେ । କିନ୍ତୁ
ଦୁଃଖର କଥା ଓଡ଼ିଶା ସରକାର ମଣ୍ଡଳ କମିଶନର ଏହି ସୁପାରିଶ ବିରୁଦ୍ଧରେ ସୁପ୍ରିମକୋର୍ଟ ଗଲେ ଏବଂ
ରାଜ୍ୟରେ ଏହାକୁ ଲାଗୁ କଲେନାହିଁ । ପରେ ସୁପ୍ରିମକୋର୍ଟ ଆଇନ ଅନୁଯାୟୀ ଓ ସମ୍ବିଧାନ ଅନୁଯାୟୀ
ମଣ୍ଡଳ କମିଶନ କାର୍ଯ୍ୟକାରୀ ହେବା ବିଧି ସମ୍ମତ ବୋଲି ମତ ଦେବା ପରେ ଓଡ଼ିଶା ସରକାର ଏସ୍ଇବିିସିଙ୍କ
ପାଇଁ ୨୭ଭାଗ ସଂରକ୍ଷଣ ଲାଗୁ କରିବାକୁ ବାଧ୍ୟ ହେଲେ । କିନ୍ତୁ ୨୦୦୭ ମସିହା ଏପ୍ରିଲ ୧୭ ତାରିଖ ଦିନ
ପ୍ରଶାସନିକ ଟି୍ରବୁନାଲର ଏକ ରାୟ ପରିପ୍ରେକ୍ଷୀରେ ଏହି ସଂରକ୍ଷଣକୁ ପୁନଶ୍ଚ ପ୍ରତ୍ୟାହାର କରିନେଲେ ଏବଂ
ପରେ ଏହାକୁ ୧୧.୨୫କୁ କମାଇ ଦେଇ ଆଜି ପର୍ଯ୍ୟନ୍ତ ଲାଗୁ କରି ·ଲିଛନ୍ତି । କିନ୍ତୁ ଆଇଆଇଟି,
ଆଇଆଇଏମ୍ ମାନଙ୍କରେ ଓ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ନାମ ଲେଖା କ୍ଷେତ୍ରରେ ଦୀର୍ଘ ୨୦ ବର୍ଷ ହେଲା କେନ୍ଦ୍ର
ସରକାର ଓବିସି ଛାତ୍ରଛାତ୍ରୀମାନଙ୍କୁ ସଂରକ୍ଷଣ ଦେଉଥିବା ବେଳେ ଓଡ଼ିଶା ସରକାର ଆଜି ପର୍ଯ୍ୟନ୍ତ
ସରକାରୀ ଅନୁଦାନପ୍ରାପ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ ମାନଙ୍କରେ ତଥା ମେଡ଼ିକାଲ ଓ ଇଞ୍ଜିନିୟରିଂ
ପ୍ରତିଷ୍ଠାନରେ ଏହାକୁ ଲାଗୁ କରିନାହାଁନ୍ତି । ଫଳରେ ପ୍ରତିବର୍ଷ କେବଳ ଇଞ୍ଜିନିୟରିଂରେ ୨୦ ହଜାର
ପଛୁଆବର୍ଗ ଛାତ୍ରଛାତ୍ରୀ ଓ ମେଡ଼ିକାଲରେ ୬୦୦ ପଛୁଆବର୍ଗ ଛାତ୍ରଛାତ୍ରୀ ନାମ ଲେଖାରୁ
ବଞ୍ଚôତ ହୋଇଛନ୍ତି । ଗତ ୭ ତାରିଖ ଦିନ ମାନ୍ୟବର ସୁପ୍ରିମକୋର୍ଟ ମଧ୍ୟପ୍ରଦେଶ ପରିପ୍ରେକ୍ଷୀରେ ଓବିସିଙ୍କ
ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଲାଗୁ ହେବାରେ କୌଣସି ବାଧା ନାହିଁ ବୋଲି ରାୟ ଦେବା ପରେ ଓଡ଼ିଶାରେ
ପଛୁଆବର୍ଗଙ୍କ ପାଇଁ ତୁରନ୍ତ ୨୭ ଭାଗ ସଂରକ୍ଷଣ ଲାଗୁ କରିବାକୁ ଓବିସି ଫୋରମ ଦାବି କରିଛି ।
ଫୋରମର ରାଜ୍ୟ ଅଧ୍ୟକ୍ଷ ରବି ବେହେରା ୮ ତାରିଖ ମଙ୍ଗଳବାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି
ଓଡ଼ିଶାରେ ଓବିସିଙ୍କ ପାଇଁ ନିଯୁକ୍ତି ଓ ନାମଲେଖା କ୍ଷେତ୍ରରେ ୨୭ ଭାଗ ସଂରକ୍ଷଣ ପ୍ରଦାନ କରିବାକୁ ଦାବି
କରିଛନ୍ତି । ଏହା ବ୍ୟତୀତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମଧ୍ୟ ରାଜ୍ୟର ପଛୁଆବର୍ଗଙ୍କୁ ୨୭ଭାଗ
ସଂରକ୍ଷଣ ଦେବା ପାଇଁ ଶ୍ରୀ ବେହେରା ଦାବି କରିଛନ୍ତି ।
କେନ୍ଦ୍ର କ୍ୟାବିନେଟରେ ଘୋଷଣା କରିଥିବା ଜାତି ଜନଗଣନାକୁ ଓବିସି ଫୋରମ ରାଜ୍ୟ କମିଟି
ସର୍ବୋତ୍ତ ଭାବରେ ସ୍ୱାଗତ କରିବା ସଙ୍ଗେ ସଙ୍ଗେ ତୁରନ୍ତ ଓଡ଼ିଶାରେ ଗତ ସରକାର ସମୟରେ ରାଜ୍ୟ
ପଛୁଆବର୍ଗ କମିଶନଙ୍କ ଦ୍ୱାରା କରାଯାଇଥିବା ସର୍ବେକ୍ଷଣ ରିପୋର୍ଟ ପ୍ରକାଶ କରି ସେହି ଅନୁପାତରେ
ସଂରକ୍ଷଣ ଦେବା ପାଇଁ ଫୋରମ ପକ୍ଷରୁ ଦାବି କରାଯାଇଛି । ରାଜ୍ୟରେ ନିଯୁକ୍ତି ପାଉଥିବା ଅତିଥି
ଅଧ୍ୟାପକ ଓ ଆଉଟସୋର୍ସିଂ କର୍ମ·ରୀଙ୍କ କ୍ଷେତ୍ରରେ ମଧ୍ୟ ଓବିିସି ସଂରକ୍ଷଣ ଲାଗୁ କରିବାକୁ ତଥା ଏହାକୁ
ବିଭିନ୍ନ ଘରୋଇ କ୍ଷେତ୍ରରେ କାର୍ଯ୍ୟକାରୀ କରିବାକୁ ଏହି ସାମ୍ବାଦିକ ସମ୍ମିଳନୀରେ ଓବିସି ଫୋରମ ରାଜ୍ୟ
ଅଧ୍ୟକ୍ଷ ରବି ବେହେରା ଦାବି କରିଛନ୍ତି ।
କେନ୍ଦ୍ର ସରକାର ମହିଳା ସଂରକ୍ଷଣକୁ ଆଇନରେ ପରିଣତ କରିଥିବା ଯୋଗୁ ପାର୍ଲାମେଣ୍ଟ ଓ ବିଧାନସଭାରେ
ଓବିସି ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ସଂରକ୍ଷଣ କରିବାକୁ ଓବିସି ଫୋରମ ଦାବି କରୁଅଛି ।
ଆଗାମୀ ଦିନରେ ଓଡ଼ିଶା ସରକାର ରାଜ୍ୟର ୫୨ ଭାଗ ପଛୁଆବର୍ଗଙ୍କୁ ସାମାଜିକ ନ୍ୟାୟ ପ୍ରଦାନ
କରିବେ ବୋଲି ଫୋରମ ଆଶା ପ୍ରକାଶ କରିଛି । ପୁନଶ୍ଚ ଜାତି ଜନଗଣନାକୁ ସ୍ୱାଗତ କରିବା ସଙ୍ଗେ
ସଙ୍ଗେ ରାଜ୍ୟ ସରକାର ତୁରନ୍ତ ଏକ ସର୍ବଦଳୀୟ ବୈଠକ ଡାକି ସମସ୍ତ ରାଜନୈତିକ ଦଳ ଓ ବିଭିନ୍ନ ସାମାଜିକ
ନ୍ୟାୟ ପାଇଁ କାମ କରୁଥିବା ସଂଗଠନକୁ ନେଇ ଏ ଦିଗରେ ପଦକ୍ଷେପ ନେବାକୁ ଓବିସି ଫୋରମ ରାଜ୍ୟ
କମିଟି ଦାବି କରୁଛି । ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବେହେରାଙ୍କ ସମେତ ଓବିସି ଫୋରମର ରାଜ୍ୟ ସମ୍ପାଦକ
ନାରାୟଣ ଡାଳୁଆ, ରାଜ୍ୟ କମିଟି ସଦସ୍ୟ କିଶୋର ସୂତାର, ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଅମିୟ ଜେନା,
ଯୁବନେତା ଦିଲ୍ଲୀପ ବେହେରା, ନାରୀନେତ୍ରୀ ରଞ୍ଜୁଲତା କାଠୁଆ, ଯୁବନେତା ରାଜ୍ୟପ୍ରିୟ ଦାସ,

ସାମାଜିକ ନ୍ୟାୟର ନେତା ସନାତନ ବେହେରା, ଲକ୍ଷ୍ମୀଧର ମହାଭୋଇ ଓ ଲକ୍ଷ୍ମଣ ଜାଲ ପ୍ରମୁଖ ଉପସ୍ଥିତ ରହି ୨୭
ଭାଗ ଓବିସି ସଂରକ୍ଷଣ ଦେବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି । ଜାତି ଜନଗଣନା
ପୂର୍ବରୁ ସମସ୍ତ ସାମାଜିକ ନ୍ୟୟଗୋଷ୍ଠୀ ଓ ବିଭିନ୍ନ ରାଜନୈତିକ ଦଳମାନଙ୍କୁ ନେଇ ସରକାର ଏ ସମ୍ପର୍କରେ
ବି·ର ବିମର୍ଷ କରିବାରକୁ ଓବିସି ଫୋରମ ଦାବି କରିଛି ।

Leave a Reply

Your email address will not be published. Required fields are marked *

Back To Top
× How can I help you?