ସମ୍ କର୍ତ୍ତୃପକ୍ଷ ଓ ନବନିର୍ମାଣ ସଂଗଠନମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନାଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସମ୍ କର୍ତ୍ତୃପକ୍ଷଙ୍କ ପ୍ରତିଶ୍ରୁତି

Express News

ଭୁବନେଶ୍ୱର, ୨୩.୪ : ସମ୍ କର୍ତ୍ତୃପକ୍ଷ ଓ ନବନିର୍ମାଣ କୃଷକ ସଂଗଠନ ନେତୃମଣ୍ଡଳୀଙ୍କ ମଧ୍ୟରେ
ବୁଧବାର ହୋଟେଲ ସନ୍ସାଇନରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ଆଲୋଚନା
ହୋଇଯାଇଛି । ଆଲୋଚନାରେ ନବନିର୍ମାଣ କୃଷକ ସଂଗଠନ ତରଫରୁ ଜାତୀୟ ଅଧ୍ୟକ୍ଷ ଅକ୍ଷୟ
କୁମାର, ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସହ ସଂଯୋଜକ ଉମାକାନ୍ତ ଭାରତ, ରଶ୍ମୀରଞ୍ଜନ ସ୍ୱାଇଁ,
ଡଃ କୁଳମଣି ଓ ଯୁବ ସଂଗଠନର ରାଜ୍ୟ ସଭାପତି ମନୱର ଅଲ୍ଲୀ, ମଧୁମିତା ସାମଲ, ଅମିତ
ଜେନା ପ୍ରମୁଖ ଯୋଗ ଦେଇଥିବା ବେଳେ ସୋଆ ଉପକୁଳପତି ପ୍ରଦିପ୍ତ କୁମାର ନନ୍ଦ,
ସୁପରିଟେଣ୍ଡେଣ୍ଟ ଡଃ ପି. ସାମନ୍ତସିଂହାର, ଯୁଗ୍ମ ରେଜିଷ୍ଟାର, ସ୍ୱାସ୍ଥ୍ୟବିଭାଗ ଡଃ ଶଶାଙ୍କ
ମିଶ୍ର ଓ ସୁଧାଂଶୁ ଲେଙ୍କା ପ୍ରମୁଖ ଯୋଗ ଦେଇଥିଲେ । ଏହା ସହ ପ୍ରମେୟ ଗ୍ରୁପ୍ ନୁ୍ୟଜ୍ ମୁଖ୍ୟ
ଗୋପାଳ ମହାପାତ୍ର, ନୁ୍ୟଜ୍-୭ ସମ୍ପାଦକ ଦେବକାନ୍ତ ସେଠୀ ପ୍ରମୁଖ ଆଲୋଚନାରେ ଯୋଗ
ଦେଇଥିଲେ ।
କର୍ତ୍ତୃପକ୍ଷଙ୍କ ସହ ଆଲୋଚନାରେ ଅକ୍ଷୟ କୁମାର ତାଙ୍କ ପ୍ରସ୍ତାବରେ କହିଲେ ଯେ, ଗୋଟିଏ
ରୋଗୀ ଚିକିତ୍ସା ସାରି ତାକୁ ଛାଡ଼ିବା ସମୟରେ ସେ ଘଣ୍ଟ ଘଣ୍ଟା ଧରି ଅପେକ୍ଷା କରୁଛି ।
ଗୋଟିଏ ରୋଗୀ ଡିସ୍·ର୍ଜ ହେବା ପାଇଁ ଏତେ ସମୟ ଧରି କାହିଁକି ଠିଆହେବ ।
ସେହିଭଳି ବିଏସ୍କେୱାଇ କାର୍ଡ଼ ଓ ଆୟୁଷ୍ମାନ କାର୍ଡ଼ ପରିବର୍ତ୍ତନ ସମୟରେ
ରୋଗୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତୃତୀୟରେ ଡାକ୍ତରମାନେ ବ୍ୟବହାରିକ
ମନୋବୃତ୍ତିର ସକରାତ୍ମକ ଦିଗ ହରାଇ ବସୁଛନ୍ତି । ପ୍ରଶାସନିକ ବ୍ୟବସ୍ଥା ତ୍ରୁଟିଶୂନ୍ୟ ହେତୁ
ଗୁଡ଼ିଏ ବିଭାଗରେ ବ୍ୟବସ୍ଥାଗତ ବିଭ୍ରାଟ ଘଟୁଛି । ଏହି ·ରୋଟି ସମସ୍ୟାର ସମାଧାନ
କ୍ଷେତ୍ରରେ ଉପ କୁଳପତି ପ୍ରଦିପ୍ତ କୁମାର ନନ୍ଦ, ସୁପରିଟେଣ୍ଡେଣ୍ଟ ପି. ସାମନ୍ତସିଂହାର, ଶଶାଙ୍କ ମିଶ୍ର ଓ
ସୁଧାଂଶୁ ଲେଙ୍କା ପ୍ରମୁଖ ନିର୍ଦ୍ଦିଷ୍ଟ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ।
ବିଶେଷକରି ଆଗାମୀ ଦିନରେ ରୋଗୀଙ୍କୁ ମେଡ଼ିକାଲ ଛଡ଼ାଯିବା ସମୟରେ ଯେଭଳି
ସମୟସୀମା ସୀମିତ ରହିବ, ବିଶେଷକରି ପ୍ରଶାସନିକ ବ୍ୟବସ୍ଥା ତ୍ରୁଟିଶୂନ୍ୟ ଓ ଗତିଶୀଳ ହେବ
ବୋଲି ଉଭୟ ପ୍ରତିଶ୍ରୁତି ଦେଇଥିଲେ । ଡାକ୍ତରମାନଙ୍କ ବ୍ୟବହାର କ୍ଷେତ୍ରରେ କିଭଳି ସ୍ନେହଶୀଳ ଓ
ଉଦାର ହେବେ, ସେଥିପାଇଁ ଏଣିକି ସମ୍ କର୍ତ୍ତୃପକ୍ଷ ଅଧିକ ଯନôବାନ ହେବେ ବୋଲି ପ୍ରମେୟ
ନୁ୍ୟଜ ମୁଖ୍ୟ ଗୋପାଳ ମହାପାତ୍ର ପ୍ରତିଶ୍ରୁତି ଦେଇଥିଲେ । ସମ୍ ତାର ଗୁଣାତ୍ମକ ଚିକିତ୍ସା
କ୍ଷେତ୍ରରେ ବିଶ୍ୱାସନୀୟତା ବଜାୟ ରଖିବ ବୋଲି କୃଷକ ନେତାମାନଙ୍କୁ ନିର୍ଭର ପ୍ରତିଶ୍ରୁତି
ଦେଇଥିଲେ ।

Leave a Reply

Your email address will not be published. Required fields are marked *

Back To Top
× How can I help you?