ଚର୍ମ ରୋଗ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ             

Express News

ଭବାନୀପାଟଣା ତା ୧୬/୪/୨୫(ଜଗନ୍ନାଥ ଏକ୍ସପ୍ରେସ୍) କଳାହାଣ୍ଡି ଜିଲ୍ଲା ଏସବିଆଇ ଓ ରାମକି ଫାଉଣ୍ଡେସନ ଏବଂ ଟାଉନ୍ ଉଚ୍ଚ ବିଦ୍ୟାଳୟ ପୁରୁଣାପଡା ଭବାନୀପାଟଣା ର ମିଳିତ ସହଯୋଗ ରେ ଆଜି ଭବାନୀପାଟଣା ର ସ୍ଥାନୀୟ ଟାଉନ ଉଚ୍ଚ ବିଦ୍ୟାଳୟ ରେ ଏକ ବିଶେଷ ଚାର୍ମ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହେଇଯାଇଛି। ବିଦ୍ୟାଳୟ ର ପ୍ରାଧାନ ଶିକ୍ଷକ ଗୋରେଖ ଚନ୍ଦ୍ର ସାହୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଶିବିରରେ ଅନ୍ୟ ଶିକ୍ଷକ ମାନଙ୍କ ଭିତରେ ଲଳିତା ନାୟକ, ପୁଷ୍ପାଞ୍ଜଳୀ ରଥ , ଅପର୍ଣ୍ଣା ସାହୁ , ରାଜେଶ୍ୱରୀ ପଟ୍ଟନାୟକ, ସରିତା ରଥ, ସ୍ଵାଗତ ମହାରଣା ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । ଵିଶେଷ ଚାର୍ମ ବିଶେଷଜ୍ଞ ଡାକ୍ତର ସାରଦା ମିଶ୍ର ଙ୍କ ତତ୍ୱ ବାଧାନ ରେ ଏହି ଶିବିର ଅୟୋଜିତ ହେଇଯାଇଛି। ଏହି ସ୍ୱତନ୍ତ୍ର ଶିବିର ରେ ଅନୁନ୍ୟ ୩୧୦ ଛାତ୍ର ଛାତ୍ରୀଙ୍କୁ ଚାର୍ମ ରେଗ ପରୀକ୍ଷା କରିବା ଏବଂ ୨୧୫ ଜଣଙ୍କୁ ଔଷଧ ପ୍ରଦାନ କରାଯିବା ସହ ଚାର୍ମ ସଚେତନତା କରାଯାଇଥିଲା।ଏହି କାର୍ଯ୍ୟକ୍ରମ କୁ ରାମକି ଫାଉଣ୍ଡେସନ ର ଚିକିତ୍ସକ ଡାକ୍ତର ବିମଲ କୁମାର ଷଡଙ୍ଗୀ ସହଯୋଗ କରିଥିଲେ।ସ୍ୱାସ୍ଥ୍ୟ ସଚେତନତା ଉପରେ ରାମକି ଫାଉଣ୍ଡେସନ ଶିବିର କରି ସମାଜ ଆଉ କଳାହାଣ୍ଡି ଅଂଚଳରେ ଲୋକଙ୍କ ସାଧାରଣ ସ୍ୱାସ୍ଥ୍ୟକୁ ସୁଧରିବା ରେ ମୁଖ୍ୟ ଭୂମିକା କରିଆସୁଛି ଏବଂ ଏପରି ବିଭିନ୍ନ ସ୍ୱାସ୍ଥ୍ୟ ସଚେତନା ଶିବିର କରି କଳାହାଣ୍ଡି ରେ ସେବା ତାଙ୍କ ଅନୁଷ୍ଠାନ ଜରିଆରେ କରିଆସୁଛନ୍ତି। ରାମକି ସଂସ୍ଥାର କଳାହାଣ୍ଡି ର ପିସି , ଭେଷଜ ବିତରକ ଜୋଷ୍ଣା ରାଣୀ ବେହେରା, ନର୍ସି ପଙ୍କଜିନି ରଣା,ଏଲ ଟି ନିତୁ ନାୟକ ପାଇଲଟ ନିରଞ୍ଜନ ହାତୀ ଲିଙ୍ଗରାଜ ସ୍ୱାଇଁ ଉପସ୍ଥିତ ଥିଲେ। ଶେଷରେ ବିଦ୍ୟାଳୟ ର ସହକାରୀ ଶିକ୍ଷକ ରୂପକ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

Back To Top
× How can I help you?