
ଭୁବନେଶ୍ୱର, ୧୪.୪ : ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଓଡ଼ିଶା ନାଗରିକ
ମହାମଞ୍ଚ ଓ ନମାମି ମନ୍ଦାକିନୀ ପରିଷଦ ପକ୍ଷରୁ ନବବର୍ଷ, ପବିତ୍ର ମହାବିିଷୁବ ସଂକ୍ରାନ୍ତି
ଅବସରରେ ପ୍ରାତଃ ସମୟରେ ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉକ୍ରଳ ଗୌରବ ମଧୁସୂଦନ ଦାସ,
ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସହିତ ରାଜଧାନୀରେ ଥିବା ବିଭିନ୍ନ ମହାପୁରୁଷଙ୍କ
ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିଠାରେ ନଡ଼ିଆ ବାଡ଼େଇବା ସହିତ ଉକ୍ରଳର ମହାନ କଳା,
ସଂସ୍କୃତି, ପରମ୍ପରା ସଂକୀର୍ତ୍ତନ ଦ୍ୱାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଅଭିଯାନର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦୁ୍ୟମ୍ନ ଶତପଥୀଙ୍କ ସଂଯୋଜନା ଓ ସଂସ୍କୃତି
ପୁରୁଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ସଭାପତିତ୍ୱରେ ନିଖିଳ ଉକ୍ରଳ ଆଞ୍ଚଳିକ
ସଂକୀର୍ତ୍ତନ ହଟକେଶ୍ୱର ଖୋର୍ଦ୍ଧା ମଣ୍ଡଳ ପକ୍ଷରୁ ସଭାପତି ମାଧବ ବେହେରା, ସମ୍ପାଦକ ସୁଶାନ୍ତ
ହରିଚନ୍ଦନ, ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଶିକ୍ଷାବିତ୍ ନିରଞ୍ଜନ ପଣ୍ଡା,
ବିଜୟ ପରିଡ଼ା, ଡଃ ପ୍ରଦୀପ ବିଶ୍ୱାଳ, ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ନିରଞ୍ଜନ ସାହୁ,
ରମେଶ ପାତାଳସିଂ, ଲଗ୍ନାଦୀପ ମିଶ୍ର ପ୍ରମୁଖ ପଦଯାତ୍ରା କରି ବିଭିନ୍ନ ମହାପୁରୁଷଙ୍କ
ପ୍ରତିମୂର୍ତ୍ତିସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏଥିସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ
ଚରଣ ମାଝୀଙ୍କୁ ଭେଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ଶତପଥୀ ନବବର୍ଷର ଶୁଭେଚ୍ଛା ପ୍ରଦାନ କରିବା ସହିତ
ଉକ୍ରଳ ମହାନ ସଂସ୍କୃତି, ଐତିହ୍ୟ, ବୀରତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ଆଗାମୀ
ପିଢିକୁ ଆମର ମହାନ ପରମ୍ପରା ସମ୍ପର୍କରେ ଅବଗତ କରାଇବା ସହିତ ମହାପୁରୁଷ ଓ ଶହୀଦଙ୍କ
ଆଦର୍ଶରେ ଅନୁପ୍ରାଣିତ ହେବାକୁ ମତବ୍ୟକ୍ତ କରିଥିଲେ ।
ଏହାପରେ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ‘ନମାମି ମନ୍ଦାକିନୀ’ ପକ୍ଷରୁ ସଂକୀର୍ତ୍ତନ,
ସାହିତ୍ୟ ପରିବେଷଣ କରାଯାଇଥିଲା । ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ସଭାପତିତ୍ୱ ଓ ଅଧ୍ୟକ୍ଷ
ପ୍ରଦୁ୍ୟମ୍ନ ଶତପଥୀଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ଭାବରେ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ,
ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, କବି ଜଗନ୍ନାଥ ବାରିକ, ରାଜେନ୍ଦ୍ର ସାମନ୍ତରାୟ, କବି ମଙ୍ଗଳା
ପ୍ରସାଦ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିବା ସହ ସଂକୀର୍ତ୍ତନ ମାଧ୍ୟମରେ ଉକ୍ରଳର ମହାନ ପରମ୍ପରା,
ବୀରତ୍ୱର ଗାଥା, ଐତିହ୍ୟ ଉପରେ ଆଲୋକପାତ କରିବା ସହ ସଂକୀର୍ତ୍ତନ ପରିବେଷଣ
କରିଥିଲେ । କାର୍ଯ୍ୟକ୍ରମକୁ ସନ୍ତୋଷ କୁମାର ଲେଙ୍କା, ବେଣୁଧର ରାଉତରାୟ, ପ୍ରଫୁଲ୍ଲ
କୁମାର ମହାପାତ୍ର ପ୍ରମୁଖ ପରି·ଳନା କରିଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ
ଜଣାଇଛନ୍ତି ।