ସୁପ୍ରିମକୋର୍ଟଙ୍କ ଆଦେଶରେ ମଧ୍ୟପ୍ରଦେଶରେ ୨୭% ଓବିସି ସଂରକ୍ଷଣ, ଓଡ଼ିଶାରେ ୨୭ ଭାଗଓବିସି ସଂରକ୍ଷଣ ପାଇଁ ଓବିସି ଫୋରମର ମୁଖ୍ୟମନ୍ତ୍ରୀଙ୍କୁ ଚିଠି

Express News

ଭୁବନେଶ୍ୱର, ୮.୪ : ୧୯୯୦ ମସିହା ଅଗଷ୍ଟ ୭ ତାରିଖ ଦିନ କେନ୍ଦ୍ର ସରକାର ସରକାରୀ
·କିରିରେ ୨୭ ଭାଗ ପଛୁଆବର୍ଗ ସଂରକ୍ଷଣ ଲାଗୁ କଲେ । ବହୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କର
ଏହି ଘୋଷଣାକୁ ସମ୍ମାନ ଜଣାଇ ନିଜ ନିଜ ରାଜ୍ୟରେ ପଛୁଆବର୍ଗଙ୍କ ପାଇଁ ୨୭ଭାଗ ସଂରକ୍ଷଣ
କାର୍ଯ୍ୟକାରୀ କଲେ । କିନ୍ତୁ ଦୁଃଖର କଥା ଓଡ଼ିଶା ସରକାର ମଣ୍ଡଳ କମିଶନର ଏହି ସୁପାରିଶ
ବିରୁଦ୍ଧରେ ସୁପ୍ରିମକୋର୍ଟ ଗଲେ ଏବଂ ରାଜ୍ୟରେ ଏହାକୁ ଲାଗୁ କଲେନାହିଁ । ପରେ
ସୁପ୍ରିମକୋର୍ଟ ଆଇନ ଅନୁଯାୟୀ ଓ ସମ୍ବିଧାନ ଅନୁଯାୟୀ ମଣ୍ଡଳ କମିଶନ କାର୍ଯ୍ୟକାରୀ ହେବା
ବିଧି ସମ୍ମତ ବୋଲି ମତ ଦେବା ପରେ ଓଡ଼ିଶା ସରକାର ପଛୁଆବର୍ଗଙ୍କ ପାଇଁ ୨୭ଭାଗ ସଂରକ୍ଷଣ
ଲାଗୁ କରିବାକୁ ବାଧ୍ୟ ହେଲେ । କିନ୍ତୁ ୨୦୦୭ ମସିହା ଏପ୍ରିଲ ୧୭ ତାରିଖ ଦିନ ପ୍ରଶାସନିକ
ଟି୍ରବୁନାଲର ଏକ ରାୟ ପରିପ୍ରେକ୍ଷୀରେ ଏହି ସଂରକ୍ଷଣକୁ ପୁନଶ୍ଚ ପ୍ରତ୍ୟାହାର କରିନେଲେ ଏବଂ ପରେ
ଏହାକୁ ୧୧.୨୫କୁ କମାଇ ଦେଇ ଆଜି ପର୍ଯ୍ୟନ୍ତ ଲାଗୁ କରି ·ଲିଛନ୍ତି । କିନ୍ତୁ
ଆଇଆଇଟି, ଆଇଆଇଏମ୍ ମାନଙ୍କରେ ଓ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ନାମ ଲେଖା କ୍ଷେତ୍ରରେ
ଦୀର୍ଘ ୨୦ ବର୍ଷ ହେଲା କେନ୍ଦ୍ର ସରକାର ଓବିସି ଛାତ୍ରଛାତ୍ରୀମାନଙ୍କୁ ସଂରକ୍ଷଣ ଦେଉଥିବା ବେଳେ
ଓଡ଼ିଶା ସରକାର ଆଜି ପର୍ଯ୍ୟନ୍ତ ତାହା ଲାଗୁ କରିନାହାଁନ୍ତି ।
ଗତକାଲି ମାନ୍ୟବର ସୁପ୍ରିମକୋର୍ଟ ମଧ୍ୟପ୍ରଦେଶ ପରିପ୍ରେକ୍ଷୀରେ ଓବିସିଙ୍କ ପାଇଁ ୨୭
ପ୍ରତିଶତ ସଂରକ୍ଷଣ ଲାଗୁ ହେବାରେ କୌଣସି ବାଧା ନାହିଁ ବୋଲି ରାୟ ଦେବା ପରେ ଓଡ଼ିଶାରେ
ପଛୁଆବର୍ଗଙ୍କ ପାଇଁ ତୁରନ୍ତ ୨୭ ଭାଗ ସଂରକ୍ଷଣ ଲାଗୁ କରିବାକୁ ଓବିସି ଫୋରମ ଦାବି
କରିଛି । ଫୋରମର ରାଜ୍ୟ ଅଧ୍ୟକ୍ଷ ରବି ବେହେରା ମଙ୍ଗଳବାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି
ଲେଖି ଓଡ଼ିଶାରେ ଓବିସିଙ୍କ ପାଇଁ ନିଯୁକ୍ତି ଓ ନାମଲେଖା କ୍ଷେତ୍ରରେ ୨୭ ଭାଗ ସଂରକ୍ଷଣ ପ୍ରଦାନ
କରିବାକୁ ଦାବି କରିଛନ୍ତି । ଏହା ବ୍ୟତୀତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମଧ୍ୟ ରାଜ୍ୟର
ପଛୁଆବର୍ଗଙ୍କୁ ୨୭ଭାଗ ସଂରକ୍ଷଣ ଦେବା ପାଇଁ ଶ୍ରୀ ବେହେରା ଦାବି କରିଛନ୍ତି ।
ଏଠାରେ ଉଲ୍ଲେଖଥାଉକି, ଗତକାଲି ସୁପ୍ରିମକୋର୍ଟଙ୍କ ରାୟ ପରେ ମଧ୍ୟପ୍ରଦେଶରେ ସମୁଦାୟ
ସଂରକ୍ଷଣ ୭୩ ପ୍ରତିଶତ (ଓବିସି ୨୭ ଭାଗ+ଅନୁସୂଚିତ ଜାତି ୧୬ ଭାଗ+ଅନୁସୂଚିତ ଜନଜାତି
୨୦ ଭାଗ+ଇଡବ୍ଲୁଏସ୍ ୧୦ଭାଗ=୭୩ଭାଗ)କୁ ବୃଦ୍ଧି ପାଇଛି । ୫୦ ପ୍ରତିଶତ ସଂରକ୍ଷଣ ସୀମାକୁ
ସୁପ୍ରିମକୋର୍ଟ ଗତକାଲି ଉଠାଇ ଦେଇଛନ୍ତି । ତେଣୁ ଓଡ଼ିଶାରେ ଓବିସିଙ୍କ ପାଇଁ ନିଯୁକ୍ତି ଓ
ନାମ ଲେଖା କ୍ଷେତ୍ରରେ ୨୭ ଭାଗ ସଂରକ୍ଷଣ ଲାଗୁ ହେବାରେ କୌଣସି ଆଇନଗତ କଟକଣା ନାହିଁ
ବୋଲି ଓବିସି ଫୋରମ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଏହି ଚିଠିରେ ଦର୍ଶାଯାଇଛି । ତେଣୁ ରାଜ୍ୟ
ସରକାର ଓବିସିଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ୨୭ ଭାଗ ସଂରକ୍ଷଣ ଅବିଳମ୍ବେ ଲାଗୁ କରିବାକୁ
ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି । ଏହା ବ୍ୟତୀତ ଗତ ସରକାର ସମୟରେ ପଛୁଆବର୍ଗ
କମିଶନ ପକ୍ଷରୁ ଯେଉଁ ଓବିସି ସଂରକ୍ଷଣ କରାଯାଇଥିଲା ତାହାର ରିପୋର୍ଟକୁ ସାର୍ବଜନୀନ କରିବା
ପାଇଁ ମଧ୍ୟ ଦାବି କରାଯାଇଛି । ରାଜ୍ୟରେ ବିଜେପି ସରକାର ଆସିବାର ୯ ମାସ ମଧ୍ୟରେ ୨୬
ହଜାର ପିଲାଙ୍କୁ ସରକାରୀ ·କିରି ଦିଆଯାଇଛି ବୋଲି ନିଜେ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।
କିନ୍ତୁ ରାଜ୍ୟରେ ଓବିସିଙ୍କ ପାଇଁ ୨୭ଭାଗ ସଂରକ୍ଷଣ ଲାଗୁ ହୋଇନଥିବାରୁ ଏହି ବର୍ଗର
ଯୁବକଯୁବତୀମାନେ ୧୦ ହଜାରରୁ ଉଦ୍ଧ୍ୱର୍ ·କିରି ହରାଇ ସାରିଛନ୍ତି । ତେଣୁ ଆଗାମୀ ୧୩
ତାରିଖ ମଣ୍ଡଳ କମିଶନର ଅଧ୍ୟକ୍ଷ ବି.ପି. ମଣ୍ଡଳଙ୍କ ଶ୍ରାଦ୍ଧ ଦିବସ ଓ ଏପ୍ରିଲ ୧୪ ତାରିଖ ସମ୍ବିଧାନ ପ୍ରଣେତା
ଭାରତରନô ବାବା ସାହେବ ଆମ୍ବେଦକରଙ୍କ ଜନ୍ମଦିନ ପରିପ୍ରେକ୍ଷୀରେ ରାଜ୍ୟ ପଛୁଆବର୍ଗଙ୍କ ପାଇଁ

୨୭ଭାଗ ସ୍ଥାନ ସଂରକ୍ଷଣ ନିଶ୍ଚିତ କରିବାକୁ ଶ୍ରୀ ବେହେରା ଏହି ଚିଠିରେ ମାନ୍ୟବର ମୁଖ୍ୟମନ୍ତ୍ରୀ
ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *

Back To Top
× How can I help you?