ପାରାଦୀପ- ୧୦ା୧୨- ଭାରତର ଏକ ନମ୍ବର ବନ୍ଦର ଭାବେ ପରିଗଣିତ ହୋଇ ଆସୁଥିବା ପାରାଦୀପ ବନ୍ଦର ଚଳିତ ଆର୍ଥିକ ବର୍ଷର ଡିସେମ୍ବର ମାସ ୯ ତାରିଖ ଦିନ ୧୦୦ଏମଏମଟି ପଣ୍ୟ କାରବାର କରି ରେକର୍ଡ ସୃଷ୍ଟି କରିଛି । ଗତ ଆର୍ଥିକ ବର୍ଷରେ ଡିସେମ୍ବର ମାସ ୧୮ ତାରିଖ ଦିନ ପାରାଦୀପ ବନ୍ଦର ୧୦୦ଏମଏମଟି ପଣ୍ୟ କାରବାର କରିଥିବା ବେଳେ ଚଳିତ ବର୍ଷ ୯ଦିନ ପୂର୍ବରୁ ଏହି ରେକର୍ଡ ଅତିକ୍ରମ କରିଛି । ସମଗ୍ର ବୃହତ୍ତ ବନ୍ଦରମାନଙ୍କ ମଧ୍ୟରେ କ୍ରମାଗତ ଭାବେ ଅଷ୍ଟମ ଥର ପାଇଁ ପାରଦୀପ ବନ୍ଦର ପଣ୍ୟ କାରବାରରେ ୧୦୦ଏମଏମଟି ପଣ୍ୟ କାରବାରର ରେକର୍ଡ ହାସଲ କରିଛି । ଚଳିତ ଆର୍ଥିକ ବର୍ଷରେ ପାରାଦୀପ ବନ୍ଦର ୧୫୦ଏମଏମଟି ପଣ୍ୟ କାରବାର କରିବାର ଲକ୍ଷ୍ୟ ରଖିଥିବା ନେଇ ସୂଚନା ଦେଇଛନ୍ତି ପାରାଦୀପ ବନ୍ଦର ଅଧ୍ୟକ୍ଷ ପି.ଏଲ.ହରନାଦ । ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ହରନାଦ କହିଛନ୍ତି ବିଭାଗୀୟ ମନ୍ତ୍ରୀ ସର୍ବାନନ୍ଦ ସୋନୋଓାଲଙ୍କ ମାର୍ଗଦର୍ଶନରେ ପାରାଦୀପ ବନ୍ଦର ଏହି ରେକର୍ଡ ଅତିକ୍ରମ କରିବାରେ ସକ୍ଷମ ହୋଇଛି । ଏଥି ପାଇଁ ପାରାଦୀପ ବନ୍ଦର ଅଧିକାରୀ, କର୍ମଚାରୀ, ବନ୍ଦର ବ୍ୟବହାରକାରୀ ଶିଳ୍ପସଂସ୍ଥା,ଷ୍ଟିଭେଡୋର୍ସ, ଷ୍ଟିମସିପ୍ ଏଜେଣ୍ଟ, ଟ୍ରେଡ୍ ୟୁନିୟନ,ପିପିଏ ।ପରେଟରର୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ହରନାଦ । ଏହି କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ନିଲଭ୍ର ଦାସଗୁପ୍ତା, ଟ୍ରାଫିକ୍ ଉପଦେଷ୍ଟା ଏ.କେ.ବୋହ, ଟ୍ରାଫିକ ମ୍ୟାନେଜର ଜି.ଏଡିସନ୍
Daily News