ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଦର୍ଶନ ‘ବିକଶିତ ଭାରତ’ ନିମନ୍ତେ ତିନିଗୁଣ ପରିଶ୍ରମ ପାଇଁ ସଂକଳ୍ପ – ରେଲମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ରାଜ୍ୟସଭାରେ ରେଳ (ସଂଶୋଧନ) ବିଧେୟକ 2025 ପାରିତ ନୂଆଦିଲ୍ଲୀ, 10 ମାର୍ଚ୍ଚ 2025: ଆଜି, ରାଜ୍ୟସଭାରେ ଭାରତୀୟ ରେଳର ପରିଚାଳନାକୁ ଆଧୁନିକ ଏବଂ ସୁସଂଗଠିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ପାରିତ କରାଗଲା । ଏହି ବିଧେୟକ ଉପରେ ଆଲୋଚନା କରି ରେଳ, ସୂଚନା ପ୍ରସାରଣ ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଲେ ଯେ, ଏହି ବିଧେୟକ ରେଳ କ୍ଷେତ୍ରରେ ଶକ୍ତିଶାଳୀକରଣ, କାର୍ଯ୍ୟକ୍ଷମତା ବୃଦ୍ଧି ଏବଂ ସହଯୋଗୀ ସଂଘବାଦକୁ ସୁଦୃଢ଼…