ଜଗତସିଂହପୁର ତା ୯/୫(ନିପ୍ର)ରଘୁନାଥପୁର ବ୍ଲକ ଅଧିନ ତାରପୁରବାଇପାସ କଟକ ପାରାଦୀପ ରାସ୍ତାରେ ଶୁକ୍ରବାର ଅପରାହ୍ନ ରେ ଏକ ମାରୁତି ସେଲର କାର ନଂ ODO1Z4377ହୁତହୁତ ହୋଇ ଜଳୁଥିବାର ଦେଖିବାକୁ ମିଳିଛି।ତେବେ ସ୍ଥାନୀୟ ହରିଷପୁର ଗ୍ରାମର ଜୈନିକ ବ୍ୟକ୍ତି ପରିବାର ସହିତ୪ଜଣ ନିଜ କାରେଯୋଗେ ନିଜ ଘରର ପୂଜାସାମଗ୍ରୀ କୁ ନେଇ ମହାନରେ ବିର୍ଜନ କରିବାକୁ ଯାଉଥିବାବେଳେ ରାସ୍ତାରେ ସୁଖିଥିବା ମୁଖଗଛ କାର ଚକାରେ ଲାଗି ନିଆଁଲାଗିଯାଇଥିଲା।କାର ରେ ନିଆଁ ଲାଗିବାଦେଖି ବାଇକରେ ଆସୁଥିବା ଜଣେ ବାଟୋଇ ଗାଡିଚାଳକକୁ ଅବଗତ କରିଥିଲେ। ଏହାଦେଖି ସ୍ଥାନୀୟ ବଜାରର ବ୍ୟବସାୟୀ ଶାରଦା ରାଉତ,ତ୍ରିନାଥ ସାହୁ,ସୋମ ନାୟକ, ବାନା ବିଶ୍ବାଳ, ପ୍ରମୁଖ କାର ଭିତରୁ ସମସ୍ତଙ୍କୁ ବାହାର କରି ରଘୁନାଥପୁର ଅଗ୍ନିଶ୍ରମ ଓ ପୋଲିସକୁ ଖବର ଦେଇଥିଲେ। ଖବରପାଇ ପୋଲିସ ଓ ଅଗ୍ନିଶ୍ରମ ବିଭାଗ ପହଞ୍ଚି ନିଆଁକୁ ଆୟତ କରି ଅର୍ଦ୍ଧଦଗ୍ଧ କାରଟିକୁ ସ୍ଥାନୀୟ ଗ୍ୟାରେଜ ରେ ରଖିଥିଲେ। ଅପରପକ୍ଷରେ ସରକାର ଲକ୍ଷଲକ୍ଷଟଙ୍କା ଖର୍ଚ୍ଚ କରି ଚାଷୀମାନଙ୍କ ପାଇଁ ଖଳାନିର୍ମାଣ କରିଥିଲେବି ରାସ୍ତାଉପରେ ମୁଗ, ଧାନଗଛ ସୁଖୁଥିବାରୁ ଅନେକ ସମୟରେ ଯାତ୍ରୀ ମାନେ ମୣତ୍ୟୁମୁଖରେ ପଡୁଥିବାର ଅନେକ ନଜିରରହିଛି। ଯେଉଁ ମାନେ ରାସ୍ତାଉପରେ ଚାଷସାମଗ୍ରୀ ସୁଖାଉଛନ୍ତି ସରକାର ସେମାନଙ୍କ ଉପରେ ଦୣଢକାର୍ଯ୍ୟାନୁଷ୍ଠାନ ଦାବୀ ପାଇଁ ହେଉଛି।
Daily News