ଭୁବନେଶ୍ୱର : ୦୨.୦୫ : ଜାମ୍ମୁ-କାଶ୍ମୀର ପହଲଗାଓଁ ପାକିସ୍ତାନୀ ଆତଙ୍କୀବାଦୀ ସଂଗଠନ
ଦ୍ୱାରା ବର୍ବୋରଚିତ ଆକ୍ରମଣ ଘଟଣାରେ ବାଲେଶ୍ୱର ଜିଲ୍ଲାର ପ୍ରଶାନ୍ତ କୁମାର ଶତପଥି ଓ
ବଲାଙ୍ଗୀର ଜିଲ୍ଲାର ଦୀନେଶ ଅଗ୍ରୱାଲଙ୍କ ସମେତ ୨୬ ଜଣ ପ୍ରାଣ ହରାଇଥିବା ନିରୀହ ପର୍ଯ୍ୟଟକ
ପ୍ରାଣ ହରାଇଥିଲେ । ଏହି ଆକ୍ରମଣର ଦୃଢ଼ ନିନ୍ଦା କରିବା ସହ ପ୍ରାଣ ହରେଇଥିବା ନିରୀହ
ପର୍ଯ୍ୟଟକଙ୍କ ସ୍ମୃତି ଉଦେ୍ଦଶ୍ୟରେ ଓଡ଼ିଶା ପ୍ରଗତି ଦଳ ପକ୍ଷରୁ ଗୁରୁବାର ସନ୍ଧ୍ୟା ୬ ଘଟିକା ସମୟରେ
ଭୁବନେଶ୍ୱର ୟୁନିଟ୍-୩ସ୍ଥିତ ଶ୍ରୀରାମ ମନ୍ଦିର ସମ୍ମୁଖରେ ସାମୂହିକ ଦୀଦପାନ ସହିତ ଏକ ଶ୍ରଦ୍ଧାଞ୍ଜଳି
ସଭା ଅନୁଷ୍ଠିତ ହୋଇଯାଇଛି ।
ଓଡ଼ିଶା ପ୍ରଗତି ଦଳର ରାଜ୍ୟ ସଭାପତି ଜନ୍ମେଜୟ ରୋହିଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ
ଏହି ଶୋକସଭାରେ ମୃତ ପର୍ଯ୍ୟଟକଙ୍କ ଅମର ଆତ୍ମାର ସଦ୍ଗତି କାମନା କରାଯିବା ସହ ଦୁଇ
ମିନିଟ୍ ନୀରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯବା ଏବଂ ଶୋକସନ୍ତପ୍ତ ପରିବାର
ବର୍ଗଙ୍କୁ ସ୍ୱାନ୍ତ୍ୱନା ଜଣାଇବା ସହ ଗୁରୁତର ଆହତ ପର୍ଯ୍ୟଟକଙ୍କ ଆଶୁ ଆରୋଗ୍ୟ କାମନା
କରାଯାଇଥିଲା । ଆମ ଭାରତମାତା ପ୍ରତି ବର୍ଷବର୍ଷ ଧରି ସେନା କର୍ମ·ରୀ ଓ ଜନସାଧାରଣଙ୍କ ପ୍ରତି
ଆତଙ୍କବାଦୀଙ୍କ ଦ୍ୱାରା ନରସଂହାର ଆକ୍ରମଣ ଯେପରି ଘଟି·ଲିଛି, ତାର ଦୃଢ଼ଭାବରେ ଜବାବ
ଦେବାର ସମୟ ଆସିଯାଇଛି । ଶାନ୍ତିପ୍ରିୟ ଭାରତବର୍ଷକୁ ଅଶାନ୍ତ ବାତ୍ତାବରଣ ସୃଷ୍ଟି କରୁଥିବା
ପାକିସ୍ତାନ ଓ ଭାରତରେ ·ଲୁଥିବା ଆତଙ୍କବାଦୀ ସଂଗଠନ, ଷଡଯନ୍ତ୍ରକାରୀ, ବାହ୍ୟଶତ୍ରୁ, ଦେଶ ଦ୍ରୋହୀ,
ପାକିସ୍ତାନ ପାଇଁ ଓକିଲାତି କରୁଥିବା ବ୍ୟକ୍ତିବିଶେଷ ଓ ରାଜନୈତିକ ଦଳ ବିରୋଧରେ ଭାରତ
ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଓ ଦେଶର ସୁରକ୍ଷା ପ୍ରସଙ୍ଗରେ ଆମ ଦଳ ସରକାରଙ୍କ ସହ
ଅଛି ବୋଲି ମତପ୍ରକାଶ ପାଇଥିଲା ।
ଆସନ୍ତୁ ଆମେ ସମସ୍ତେ ମିଳିମିଶି ଭାରତବାସୀ ସଂକଳ୍ପ ନେବା । ଭାରତ ମାତାର ୧୪୦
କୋଟି ସନ୍ତାନ ନିଜକୁ ନିଜେ ଜଣେ ଜଣେ ସୈନିକ ଭାବେ ଆଗେଇ ଆସି ନିଜର ସୁରକ୍ଷା ସହିତ
ଭାରତ ବର୍ଷର ସମସ୍ତ ଜନସାଧାରଣଙ୍କ ସୁରକ୍ଷା ପାଇଁ ଏକଜୁଟ୍ ହୋଇ ସରକାରଙ୍କ ସହିତ ହାତ ମିଳାଇ
ଦେଶରୁ ସମ୍ପୂର୍ଣ୍ଣ ଭାବେ ଆତଙ୍ଗବାଦୀ ସଂଗଠନ ସହିତ ବାହ୍ୟ ଶତ୍ରୁ ଦେଶଦ୍ରୋହୀ, ଆତଙ୍କବାଦୀ ଦମନର ଓ
ମୂଳୋତ୍ପାଟନ କରି ଲଢ଼ିବାକୁ ନିଜର ଭାରତ ମାତାଙ୍କୁ ରକ୍ଷା କରିବା ପାଇଁ ରାଜ୍ୟ ସଭାପତି
ଜନ୍ମେଜୟ ରୋହିଦାସ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦକ
ଲିଙ୍ଗରାଜ ଦାସ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୌମ୍ୟରଜ୍ଞନ ଜେନା, ଆଧ୍ୟାତ୍ମିକ ଯୋଗଗୁରୁ
ବାବା ପଞ୍ଚଦେବ, ବିଶିଷ୍ଟ ସମାଜସେବୀ ସରୋଜିନୀ ମହାନ୍ତି, କୃଷ୍ଣପ୍ରସାଦ ବାରିକ, ସରୋଜ ପାତ୍ର,
ସୁବାସ ମହାନ୍ତି ପ୍ରମୁଖ ଯୋଗଦେଇ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
Daily News