ଖରାଦିନେ ପଶୁପକ୍ଷୀଙ୍କ ସେବାରେ ସମାଜସେବୀ ପ୍ରତାପ ସାହୁ
ଭୁବନେଶ୍ୱର, ୯.୪. : ସାରା ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଫଳରେ ତାପମାତ୍ରାଏତେ ମାତ୍ରାରେ ବୃଦ୍ଧି ପାଉଛି ଯେ, ମଣିଷ କ’ଣ ପଶୁପକ୍ଷୀ ମଧ୍ୟ ଗ୍ରୀଷ୍ମପ୍ରବାହରେ ରକ୍ଷାପାଇପାରୁ ନାହାଁନ୍ତି । ଆଜିର ଦୁନିଆରେ ସ୍ୱାର୍ଥପର ମଣିଷମାନେ ନିଜର ସ୍ୱାର୍ଥପାଇଁ ଗଛସବୁ କାଟିଦେବା ଫଳରେ ଶହ ଶହ ଗଛ ବଳି ପଡୁଛନ୍ତି । ଶିଳ୍ପ ପ୍ରତିଷ୍ଠା, କଳକାରଖାନା ପ୍ରତିଷ୍ଠା ଓ ବଡ଼ ବଡ଼ ଅଟ୍ଟାଳିକା ନିର୍ମାଣ ପାଇଁ କେଉଁ ଅନାଦିକାଳରୁ ରହିଆସିଥିବା ବିରାଟକାୟ ଗଛସବୁକୁ କାଟି ଦିଆଯାଉଛି । ଫଳରେଜୈବ…