
ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂସ୍ଥାର ରାଜ୍ୟ ମୁଖ୍ୟ କମିଶନର ଡଃ. କାଳିପ୍ରସାଦ ମିଶ୍ରଙ୍କ ନିଦେ୍ର୍ଦଶକ୍ରମେ ଜାମୁକାଶ୍ମିରର ପହେଲଗାମ ଠାରେ ଆତଙ୍କବାଦୀଙ୍କ ଦ୍ୱାରା ପ୍ରାଣ ହରାଇଥିବା ଭାରତର୨୬ ଜଣ ନିରିହ ଲୋକଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ଭୁବନେଶ୍ୱର ସମେତ ବିଭିନ୍ନ ଜିଲ୍ଲାରେ ସ୍କାଉଟ, ଗାଇଡ୍, ରୋଭର, ରେଞ୍ଜର, କବ୍, ବୁଲ୍ବୁଲ୍, ସ୍କାଉଟ ମାଷ୍ଟର ଏବଂ ଗାଇଡ୍ କ୍ୟାପଟେନଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ସ୍ଲୋଗାନ୍ ଦେଇ କ୍ୟାଣ୍ଡେଲ୍ ଶୋଭାଯାତ୍ରା କରିଥିଲେ ।