ଟିଜି ସୁରକ୍ଷା ଟ୍ରଷ୍ଟ ତରଫରୁ ପହଲଗାଓଁଆକ୍ରମଣରେ ମୃତକଙ୍କ ଉଦେ୍ଦଶ୍ୟରେ ମହମ ଶୋଭାଯାତ୍ରା

Express News

ଭୁବନେଶ୍ୱର, ୨୮.୪ : ଜାମ୍ମୁ କାଶ୍ମୀରର ପହଲଗାଓଁଠାରେ ଘଟିଥିବା
ବର୍ବୋରଚିତ ଆକ୍ରମଣରେ ପ୍ରାଣ ହରାଇଥିବା ମୃତକଙ୍କ ସ୍ମୃତି ଉଦେ୍ଦଶ୍ୟରେ ଟିଜି
ସୁରକ୍ଷା ଟ୍ରଷ୍ଟ ଓ ଅଲ୍ ଓଡ଼ିଶା କିନ୍ନର ସଂଗଠନ ତରଫରୁ ଭୁବନେଶ୍ୱରସ୍ଥିତ ମାଷ୍ଟର
କ୍ୟାଣ୍ଟିନ ଛକଠାରେ ଏକ ମହମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।
ଟିଜି ସୁରକ୍ଷା ଟ୍ରଷ୍ଟର ସଭାପତି ମେନକା ପରିଡ଼ାଙ୍କ ନେତୃତ୍ୱରେ ଜାମ୍ମୁ
କାଶ୍ମୀରରେ ହୋଇଥିବା ବର୍ବୋରଚିତ ହତ୍ୟା ଘଟଣାକୁ ବିରୋଧ କରିବା ସହିତ
ମୃତୁ୍ୟ ବରଣ କରିଥିବା ଭାରତୀୟ ନାଗରିକଙ୍କ ସଦ୍ଗତି ନିମନ୍ତେ ମହମ ଶୋଭାଯାତ୍ରା
ସହିତ ଶାନ୍ତି ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୋନାଲି କିନ୍ନର, ରିୟା
କିନ୍ନର, ପିଙ୍କି କିନ୍ନର, ରାଧା କିନ୍ନର, ଶୁଭ କିନ୍ନର, ପୂଜା କିନ୍ନର, କଣ୍ଢେଇ
କିନ୍ନର, ଟିକିନା କିନ୍ନର ଏବଂ ଉପସଭାପତି ପ୍ରତାପ ସାହୁ ପ୍ରମୁଖ ଯୋଗ ଦେଇ ମହମ
ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ । ମେନକା ପରିଡ଼ା କହିଛନ୍ତି ଯେ, ଆମର
ପ୍ରିୟ ପ୍ରଧାନମନ୍ତ୍ରୀଙ୍କ ହାତମଠାକୁ ଟାଣ କରିବା ସହିତ ପାକିସ୍ତାନର ଆତଙ୍କବାଦକୁ
ନିପାତ କରି ଦେଶରେ ଶାନ୍ତି ଓ ମୈତ୍ରୀ ବଜାୟ ରଖିବା ଆବଶ୍ୟକ । ଏଥି ସହିତ
ଭାରତବର୍ଷର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଯେପରି ଖୋଲାଖୋଲି ଚ୍ୟାଲେଞ୍ଜ ଦିଆଗଲା
ଏହାକୁ ଆଉ ବରଦାସ୍ତ ନକରି ଆତଙ୍କବାଦର ଏନ୍ତୁଡ଼ିଶାଳ ପାକିସ୍ତାନକୁ
ଧ୍ୱଂସସ୍ତୁପରେ ପରିଣତ କରିବାକୁ ଦାବି କରାଯାଇଥିଲା । ଦେଶ ପାଇଁ ନିଜ ଜୀବନ ଦେଇ
ସମାଜ ସୁରକ୍ଷା କରିବା ଏବଂ ସନାତନ ଧର୍ମକୁ କେହି ଅପମାନ କଲେ ତାର ଉପଯୁକ୍ତ ଜବାବ
ଦିଆଯିବ ବୋଲି କହିଥିଲେ । ଦରକାର ପଡ଼ିଲେ ଓଡ଼ିଶାର ହଜାର ହଜାର କିନ୍ନର
ଭାରତୀୟ ସେନାମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିବା ସହିତ ଦେଶ ପାଇଁ
ଜୀବନ ଦେବାକୁ ପଛାଇବେ ନାହିଁ ବୋଲି ଉପସଭାପତି ପ୍ରତାପ ସାହୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Back To Top
× How can I help you?