ବରିଷ୍ଠ ପ୍ରଶାସନିକ ଅଧିକାରୀ ଶରତ ଚନ୍ଦ୍ରଙ୍କ ବିୟୋଗ

Express News


ଭୁବନେଶ୍ୱର ତା 22/04/25 ରାଜ୍ୟ ସରକାରଙ୍କ ପୂର୍ବତନ ଓଡିଶା ପ୍ରଶାସନିକ ସେବା ଅଧିକାରୀ,
ବରିଷ୍ଠ ସମାଜସେବୀ ଶରତ ଚନ୍ଦ୍ର ମିଶ୍ରଙ୍କ ସ୍ଥାନୀୟ ରତ୍ନାକରବାଗ ବାସଭବନରେ 88 ବର୍ଷ ବୟସରେ 
ପରଲୋକ ଘଟିଛି l ଦୀର୍ଘ ମାସ ଧରି ବୟସାଧିକ ସମସ୍ୟା ପାଇଁ ଚିକିତ୍ସିତ ହେଉଥିଲେ l ଜଣେ ସରଳ, ଦକ୍ଷ,
ନିଷ୍ଠାପର ପ୍ରଶାସନିକ ଅଧିକାରୀ ଭାବେ ବେଶ ସୁନାମ ଅର୍ଜନ କରିବା ସହ ପୂଜ୍ୟପୂଜାକୁ ଗୁରୁତ୍ୱ ଦେବା ସହ
ଆଜିକାଲି ର ପୀଢ଼ିଙ୍କୁ ମହାନ ବ୍ୟକ୍ତିତ୍ୱଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ସର୍ବଦା ପରାମର୍ଶ ପ୍ରଦାନ
କରୁଥିଲେ l ସ୍ବର୍ଗତ ମିଶ୍ରଙ୍କ ଦୁଇ ପୁଅ ଓ ଚାରି କନ୍ୟା ଅନ୍ତିମ ସମୟରେ ଉପସ୍ଥିତ ଥିଲେ l ପୁରୀ ସ୍ୱର୍ଗଦ୍ୱାର
ଠାରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା l ତୃପ୍ତି ମିଶ୍ରଙ୍କ ସମେତ ତାଙ୍କ ଅନ୍ୟ ପିଲାମାନେ ସମସ୍ତେ
ସମାଜରେ ନିଜ ନିଜ କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି l ନିଜଗ୍ରାମ ଜଗତସିଂହପୁର ର ସିଠାଳ
ଠାରେ ଶୋକର ଛାୟା ଖେଳିବା ସହିତ ବନ୍ଧୁ ବାନ୍ଧବ,ଆତ୍ମୀୟସୋଜନ ସମସ୍ତେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ
ବୋଲି ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଥିଲେ l

Leave a Reply

Your email address will not be published. Required fields are marked *

Back To Top
× How can I help you?