କୋଟିଆ ସମେତ ଅନ୍ୟ ସୀମାବିବାଦର ସମାଧାନ ପାଇଁ ଓଡ଼ିଆଅସ୍ମିତା ପରିଷଦ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

Express News

ଭୁବନେଶ୍ୱର, ୨୨.୪ : କୋଟିଆ ଅଞ୍ଚଳରେ ଆନ୍ଧ୍ର ସରକାରଙ୍କ ଅନୁପ୍ରବେଶ ଏବେ ସୁଦ୍ଧା
ଜାରି ରହିଛି । ସରକାରରେ ଯିଏ ଥାଆନ୍ତୁ ନା କାହିଁକି, ଆନ୍ଧ୍ରର ଲୋଲୁପ ଆଖି
ସବୁବେଳେ କୋଟିଆ ଉପରେ ରହିଛି । ଗତକାଲି କୋଟିଆ ଗ୍ରାମପୁଞ୍ଜର ତିନୋଟି
ଗ୍ରାମ-ଧୂଳିପଦର, ନେରେଡ଼ି ଭାଲସା ଓ ତାଡ଼ିଭାଲସା ଲୋକମାନେ ଏକାଠି ହୋଇ ପୂର୍ବତନ
ଉପମୁଖ୍ୟମନ୍ତ୍ରୀ ରାଜନ ଦୋରାଙ୍କୁ ଭେଟି ଆନ୍ଧ୍ରରେ ମିଶିବା ପାଇଁ ତାଙ୍କର ସହଯୋଗ କାମନା
କରିଛନ୍ତି । ଶ୍ରୀଯୁକ୍ତ ଦୋରା ମଧ୍ୟ ତାଙ୍କୁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି
ଦେବା ସହିତ ଏ ସମ୍ପର୍କରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରିବାକୁ
ପ୍ରତିଶ୍ରୁତି ଦେଇଛନ୍ତି । ଏଠାରେ ଉଲ୍ଲେଖଥାଉକି, ୱାଇ.ଏସ୍ ଆରସିପି ସରକାର ଥିବା
ସମୟରେ ତକ୍ରାଳୀନ ଉପମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଦୋରା ବାରମ୍ବାର କୋଟିଆ ଅଞ୍ଚଳରେ
ଅନୁପ୍ରବେଶ କରୁଥିଲେ ଏବଂ ସେଠାକାର ଲୋକମାନଙ୍କୁ ପରୋକ୍ଷ ଭାବରେ ଉସକାଇ ଆନ୍ଧ୍ର
ସପକ୍ଷରେ ନେବା ପାଇଁ ତାଙ୍କର ଉଦ୍ୟମ ଜାରି ରଖିଥିଲେ । ତାଙ୍କ ସରକାର ଯିବା ପରେ ମଧ୍ୟ ବର୍ତ୍ତମାନ
ଆସିଥିବା ତେଲ୍ଗୁ ଦେଶମ ସରକାରରେ ଆନ୍ଧ୍ର ଅଧିକାରୀମାନେ ଅନାବଶ୍ୟକ ଭାବରେ
କୋଟିଆ ଅଞ୍ଚଳରେ ଅନୁପ୍ରବେଶ ଜାରି ରଖିଛନ୍ତି ଯାହାର ଅନ୍ୟତମ ଉଦାହରଣ ଏବେସୁଦ୍ଧା
ଛାତ୍ରଛାତ୍ରୀଙ୍କ ‘ଅପାର’ ଆଇଡି ଖୋଲିବାକୁ ନେଇ ଦେଖାଦେଇଛି ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର ସବୁ ଛାତ୍ରଛାତ୍ରୀମାନଙ୍କର ଏକ ‘ଅପାର’ ରେଜିଷ୍ଟ୍ରେସନ
କରାଯାଇଛି । ଆନ୍ଧ୍ର ସରକାରଙ୍କ ପକ୍ଷରୁ କୋଟିଆ ଗ୍ରାମ ପୁଞ୍ଜର ୨୦ଟି ସ୍କୁଲ୍ର ୧୭୭୪
ଜଣ ଛାତ୍ରଛାତ୍ରୀଙ୍କର ‘ଅପାର’ ଆଇଡି କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।
ଓଡ଼ିଶା ସରକାରଙ୍କ ପକ୍ଷରୁ ମାତ୍ର ୪୯୬ ଜଣ କୋଟିଆ ଅଞ୍ଚଳର ଛାତ୍ରଛାତ୍ରୀଙ୍କର ‘ଅପାର’
ଆଇଡି କରାଯାଇଥିଲା ବେଳେ ଆନ୍ଧ୍ର ସରକାରଙ୍କର ଶିକ୍ଷା ବିଭାଗର କର୍ମ·ରୀ ଓ
ଅନଙ୍ଗବାଡ଼ିର କର୍ମୀମାନେ ଘର ଘର ବୁଲି ଛାତ୍ରଛାତ୍ରୀ ତଥା ଅଭିଭାବକମାନଙ୍କୁ
ଭ୍ରମାତ୍ମକ ତଥ୍ୟ ଦେଇ ଓ ସାହାଯ୍ୟର ପ୍ରତିଶ୍ରୁତି ଦେଇ ‘ଅପାର’ ଆଇଡି ଖୋଲିବା ପାଇଁ
ଉଦ୍ୟମ ଜାରି ରଖିଛନ୍ତି । ଏହା କରିବାରେ ସଫଳ ହେଲେ ସୁପ୍ରିମକୋର୍ଟରେ କୋଟିଆକୁ
ନେଇ ·ଲିଥିବା କେସ୍ର ଶୁଣାଣି ସମୟରେ ଏହି ‘ଅପାର’ ଆଇଡିକୁ ଏକ ପ୍ରାମାଣିକ ତଥ୍ୟ
ଭାବରେ ଉପସ୍ଥାପିତ କରି ଆନ୍ଧ୍ର ସପକ୍ଷରେ ରାୟ ନେବାର ଉଦ୍ୟମ କରିବାର ଆଶଙ୍କାକୁ
ଏଡ଼ାଇ ଦିଆଯାଇ ପାରିବ ନାହିଁ ।
ଏଣୁ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ତୁରନ୍ତ ଓଡ଼ିଶା ସରକାର ହସ୍ତକ୍ଷେପ କରି କେନ୍ଦ୍ର
ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଦୃଷ୍ଟି ଆକର୍ଷଣ କରିବା ସହିତ ଆନ୍ଧ୍ରର
ଅନୁପ୍ରବେଶକୁ ପ୍ରତିହତ କରିବାକୁ ଓଡ଼ିଆ ଅସ୍ମିିତା ପରିଷଦ ତରଫରୁ ଆବାହକ
ରବି ବେହେରା ଦାବି କରିଛନ୍ତି । ଏହା ବ୍ୟତୀତ ଦୁଇ ରାଜ୍ୟ ମଧ୍ୟରେ ଗଠିତ ହୋଇଥିବା ମୁଖ୍ୟ
ସଚିବସ୍ତରୀୟ କମିଟିର ବୈଠକ ଡାକି କୋଟିଆ ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ
ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଆବଶ୍ୟକ ପଡ଼ିଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ
ମାନ୍ୟବର ଅମିତ ଶାହଙ୍କର ହସ୍ତକ୍ଷେପ ଲୋଡ଼ାଯାଇ କୋଟିଆ ସମେତ ଆନ୍ଧ୍ର-ଓଡ଼ିଶା ସୀମା
ବିବାଦ, ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦ ଓ ଓଡ଼ିଶା-ପଶ୍ଚିମ ବଙ୍ଗଳା ସୀମା
ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଓଡ଼ିଶା ସରକାର ଉଦ୍ୟମ କରିବାକୁ ଓଡ଼ିଆ

ଅସ୍ମିତା ପରିଷଦ ତରଫରୁ ଏହି ପତ୍ର ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି । ଏହି
ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଓଡ଼ିଶା ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯାଇ ଏହାର
ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଏକ ସର୍ବସମ୍ମତ ପ୍ରସ୍ତାବ ଗ୍ରହଣ କରିବାକୁ ଓଡ଼ିଆ
ଅସ୍ମିତା ପରିଷଦ ପକ୍ଷରୁ ଶ୍ରୀ ବେହେରାଙ୍କ ସମେତ ଅରୁଣ ଜେନା, ନାରାୟଣ ଡାଳୁଆ, ସୁବାସ
କୁମାର ତାରଣିଆ, ପ୍ରତାପ ସାହୁ ଓ ଗଣେଶ ଚନ୍ଦ୍ର ପଣ୍ଡା ପ୍ରମୁଖ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *

Back To Top
× How can I help you?