1850ପଦବୀ, ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦିଅନ୍ତୁ -ଓବିସି ଫୋରମ
ଭୁବନେଶ୍ୱର ତା 9/4-ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନୂଆଦିଲ୍ଲୀ ଠାରେ ସାକ୍ଷାତ କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ଅପରାଧ ନିୟନ୍ତ୍ରଣକୁ ସୁଦୃଢ କରିବା ପାଇଁ ଗୃହ ବିଭାଗରେ ଖାଲି ପଡ଼ିଥିବା 12
ହଜାର ପଦବୀ ଖୁବ ଶୀଘ୍ର ପୂରଣ ହେବ. ଏହି 12 ହଜାର ପଦବୀ ପୂରଣ ପୂର୍ବରୁ ସରକାର ତୁରନ୍ତ ଓବିସିଙ୍କୁ 27 ଭାଗ ସଂରକ୍ଷଣ ଦେବାକୁ
ଓବିସି ଫୋରମ ରାଜ୍ୟ କମିଟି ଦାବି କରିଛି. ଫୋରମର ରାଜ୍ୟ ଅଧ୍ୟକ୍ଷ ରବି ବେହେରା ଏଜ ପ୍ରେସ ବିବୃତି ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି
ଆକର୍ଷଣ କରିବାକୁ ଯାଇ କହିଛନ୍ତି ଯେ ରାଜ୍ୟରେ 27 ଭାଗ ଓବିସି ସଂରକ୍ଷଣ ଥିଲେ ଓବିସି ପ୍ରାର୍ଥୀମାନେ 12 ହଜାର ପଦବୀରୁ 3 ହଜାର
240 ଟି ପଦବୀ ପାଇ ପାରିଥାଏନ୍ତେ. କିନ୍ତୁ ଓଡିଶାରେ ଓବିସିଙ୍କ ପାଇଁ ବର୍ତମାନ 11.25 ପ୍ରତିଶତ ସଂରକ୍ଷଣ ଥିବା ଯୋଗୁଁ ଏହି ବର୍ଗର
1ହଜାର 350 ଜଣ ପ୍ରାର୍ଥୀ ନିଯୁକ୍ତି ପାଇବେ. ଅର୍ଥାତ ରାଜ୍ୟର ଓବିସି ବର୍ଗ 18 ଶହ 50 ପଦବୀରେ ନିଯୁକ୍ତି ସୁଯୋଗ ହରେଇବେ. ତେଣୁ
ଏହି ନିଯୁକ୍ତି ପୂର୍ବରୁ ସରକାର ଓବିସିଙ୍କ ପାଇଁ 27%ସଂରକ୍ଷଣ ନିଶ୍ଚିତ କରିବାକୁ ଶ୍ରୀ ବେହେରା ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାବି କରିଛନ୍ତି.