ଓଡ଼ିଆ ପକ୍ଷ ପାଳନ ଅବସରରେ ମା ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟର ଯୁବ ରେଡକ୍ରସ ତରଫରୁ ରକ୍ତଦାନ ଶିବିର ଆୟୋଜିତ

Express News

(ମୋଟ ୭୮ ୟୁନିଟ୍ ରକ୍ତ ସଂଗୃହୀତ)

 ଭବାନୀପାଟଣା, ତା ୮.୪.୨୦୨୫:(ଜଗନ୍ନାଥ ଏକ୍ସପ୍ରେସ୍) ଓଡ଼ିଆ ପକ୍ଷ ପାଳନ ଅବସରରେ ମା ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟର ଯୁବ ରେଡକ୍ରସ ଓ ରେଡ୍ ରିବନ କ୍ଲବ୍ ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇ ଯାଇଛି। ଭାରପ୍ରାପ୍ତ କୁଳପତି ଡ. ନିବେଦିତା ନାଥଙ୍କ ପୃଷ୍ଠପୋଷକତାରେ ଆୟୋଜିତ ଉକ୍ତ ଶିବିରକୁ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ବିଜେପି ଜିଲ୍ଳା ସଭାପତି ଯୁଗଳ କିଶୋର ପୋଢ଼, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମିନତୀ ଲତା ରାଉତ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ନିହାର ରଞ୍ଜନ ପଣ୍ଡା, ଉପ କୁଳସଚିବ ଡ. ଜୟଦେବ ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ୍ , ଭବାନୀପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚନ୍ଦନ କୁମାର ଭୋଇ, ଭବାନୀପାଟଣା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହୁ , ସମାଜ ସେବୀ ଆର୍ତ୍ତତ୍ରାଣ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଡ. ରଜନୀ କାନ୍ତ ଜେନା , କ୍ୟାପଟେନ ଭବାନୀ ଶଙ୍କର ପଣ୍ଡା, ସୁଧୀର କୁମାର ପଣ୍ଡା, ବିଶ୍ଵ ରଞ୍ଜନ ବେହେରା, ଚନ୍ଦ୍ରଚୁଡ ବେହେରା, ରାଇ ମୋହନ ମାଝୀ, ଅଭିଜିତ ପାଟଯୋଷି, କୁମାର ମନ୍ଥନ ସାହୁ, ଜେ. ଏସ୍ . ଅମର୍ତ୍ତ୍ୟ ବଣିଆ ପ୍ରମୁଖ ବିଭିନ୍ନ ମହାବିଦ୍ୟାଳୟର ଯୁବ ରେଡକ୍ରସ ପରାମର୍ଶଦାତା ମାନେ ସକ୍ରିୟ ସହଯୋଗ କରିଥିଲେ। ଏହି ରକ୍ତଦାନ ଶିବିରକୁ ବିଶ୍ଵ ବିଦ୍ୟାଳୟର ଯୁବ ରେଡକ୍ରସ ପରାମର୍ଶଦାତା ତଥା ଜିଲ୍ଲା ଆବାହକ ସମ୍ପାଦକ ସଞ୍ଜୀବ କୁମାର ସାହୁ ସଂଯୋଜନା କରିଥିଲେ ଓ ବିଶ୍ଵ ବିଦ୍ୟାଳୟର ଯୁବ ରେଡକ୍ରସ ଓ ରେଡ୍ ରିବନ୍ କ୍ଲବ୍ ସ୍ଵେଚ୍ଛାସେବୀ ଛାତ୍ର ଛାତ୍ରୀମାନେ ପରିଚାଳନା କରିଥିଲେ। ଭବାନୀପାଟଣାସ୍ଥିତ ଓଡ଼ିଶା ରକ୍ତ କେନ୍ଦ୍ର ଅଧିକାରୀ ଡା . ବିଭେନ୍ଦୁ କୁମାର ବଳ ତଥା ରକ୍ତ କେନ୍ଦ୍ରର ସହକାରୀ କୃଷ୍ଣଚନ୍ଦ୍ର ସାହୁ, ଗିରିଶ ନାଏକ, ସଞ୍ଜୀବ ମହାକୁଡ଼, ଅଜିତ ନାଏକ ପ୍ରମୁଖଙ୍କ ସହାୟତାରେ ମୋଟ ୭୮ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଓଡ଼ିଆ ପକ୍ଷ ପାଳନ ର ନବମ ଦିନରେ ଆସନ୍ତା କାଲି ୯’୪’୨୦୨୫ ପୂର୍ବାହ୍ନ ୧୦ଘଟିକା ରେ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଭବାନୀ ପାଟଣା ଠାରେ ଆସ ବହିଟିଏ କିଣିବା କାର୍ଯ୍ୟକ୍ରମ ଅନୁଷ୍ଟିତ ହେବ। ଏଥିରେ ସମସ୍ତେ ସହଯୋଗ କରିବା ସହିତ ଏହି ସଚେତନତା କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *

Back To Top
× How can I help you?