ଗୋଚର ଜମି ଉପରେ ବେଆଇନ ଖଣି ଖନନ ଖଣି ବିଭାଗ ର ହସ୍ତକ୍ଷେପ ପରେ ସ୍ଥଗିତ

Express News

ଭବାନୀପାଟଣା ତା ୫/୪/୨୫(ଜଗନ୍ନାଥ ଏକ୍ସପ୍ରେସ୍)କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଙ୍ଗା ପଞ୍ଚାୟତ ଗ୍ରାମ କଲୋନୀ ରେ କିଛି ଦିନ ତଳେ ବାଲି ଓ ଖଣି ଖନନ ଚୋରା ଚାଲାଣ ପାଈ ଖୋଦ ମନ୍ତ୍ରୀ ମାନ୍ୟବର ବିଭୂତି ଭୂଷଣ ଜେନା ଓ ରାଜସ୍ବ ମନ୍ତ୍ରୀ ମାନ୍ୟବର ସୁରେଶ ପୂଜାରୀ କଳାହାଣ୍ଡି ଗ୍ରସ୍ତ ରେ ଆସି କଳାହାଣ୍ଡି ଜିଲ୍ଲାପାଲ ଙ୍କ ସମ୍ଭୁଖରେ ଖଣି ଅଧିକାରୀ କୁ ତାଗିଦ୍ କରିଥିଲେ । ଯାହାଫଳରେ ଖଣି ବିଭାଗ ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରି କିଛି ଦିନ ହେଲା ଚର୍ଚ୍ଚାର ବିଷୟ ହୋଇଛି ।ପ୍ରାପ୍ତ ସୂଚନା ରୁ ଜଣାପଡୁଛି ଯେ ଆଜି କଳାହାଣ୍ଡି ଜିଲ୍ଲା କର୍ଲାମଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଙ୍ଗା ଗ୍ରାମପଞ୍ଚାୟତ ର କଲୋନୀ ପଡା ଠାରେ ଥିବା ଗୋଚର ଜାଗାରୁ ରୁ ବେଆଇନ ଭାବେ ମାଟି ଚୋରା ଚାଲାଣ ବେଳେ ଖଣି ବିଭାଗ ଖବର ପାଈ ତୁରନ୍ତ ଟିମ୍ ଆସି କରଲାମୁଣ୍ଡା ତହସିଲଦାର ଓ କର୍ଲାମୁଣ୍ଡା ଥାନା ଅଧିକାରୀ ଙ୍କ ସହଯୋଗ ରେ ବେଆଇନ ଖାନିଖନନ ଜାଗାକୁ ଯାଇ ଚଢାଉ କରିଥିଲେ ।ସୂଚନା ରୁ ଜଣା ପଡ଼ୁଛି ଜେ ଜୈନିକ ଠିକାଦାର ଜଣକ ଆ.ଡି ରାସ୍ତା ପୁଟି ଗାଁ ଛକ ଠାରୁ ତେରେସିଙ୍ଗା ରାସ୍ତା କାମର ଉନ୍ନତିକରଣ ପାଇଁ କାମ କରୁଛନ୍ତି ।କିନ୍ତୁ ଠିକାଦାର ବାବୁ ଜଣକ ବିନା ରୟାଲ୍ଟି ଓ ତହସିଲଦାର ଙ୍କ ବିନା ଅନୁମତିରେ ଗୋଚର ଜାଗା ରୁ ଯାହାର ଖାତା ନମ୍ବର ୮୧୯ ଓ ପ୍ଲଟ ନମ୍ବର ୪୧୦୧ ରୁ ବେଆଇନ ଭାବେ ମାଟି ଚୋରା ଚାଲାଣ କରୁଥିଲେ ।ଖବର ପ୍ରସାରିତ ସମୟ ପର୍ଯ୍ୟନ୍ତ ଖଣି ବିଭାଗ କେତେ ଜରିମନା କରିଛନ୍ତି ଜଣାପଡିନାହିଁ ।

Leave a Reply

Your email address will not be published. Required fields are marked *

Back To Top
× How can I help you?