ରାଷ୍ଟ୍ରର ବିକାଶରେ ଉଦ୍ୟୋଗୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି

Express News

ଭୁବନେଶ୍ୱର ତା 27/03/25 ଓଡିଶା ଉଦ୍ୟୋଗୀ ପରିବାରର ଚତୁର୍ଥ ବାର୍ଷିକ ଉତ୍ସବ ସହିତ
ଆଲୋଚନା ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସ୍ଥାନୀୟ ସ୍ବସ୍ତିପ୍ରିମିୟମ ହୋଟେଲଠାରେ ଅନୁଷ୍ଠିତ ହୋଇଯାଇଛି l
ସଂଗଠନର ସଭାପତି, ଉଦ୍ୟୋଗୀ ଶିବ ନାରାୟଣ ମିଶ୍ରଙ୍କ ଆବାହକତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ
ଅତିଥି ଭାବେ ସିଡବି ଡିଜିଏମ ପ୍ରଦ୍ୟୁମ୍ନ ଚୌଧୁରୀ, ମୁଖ୍ୟବକ୍ତା ଭାବେ ଆଇଆଇଟି ଗଭର୍ଣ୍ଣିଙ୍ଗ ବଡି ସଦସ୍ୟ
ସତ୍ୟବ୍ରତ ପଣ୍ଡା, ସମ୍ମାନିତ ଅତିଥି ଭାବେ ବଡ଼ଖବରର ମୁଖ୍ୟ ସମ୍ପାଦକ ଅର୍ଧେନ୍ଦୁ ଦାସ ଯୋଗଦେବା
ସହିତ ରାଷ୍ଟ୍ରର ବିକାଶରେ ଉଦ୍ୟୋଗୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମତବ୍ୟକ୍ତ କରିଥିଲେ l
କେବଳ ସରକାରଙ୍କ ଉପରେ ନିର୍ଭର ନକରି ଆଜିର ମହିଳା, ଯୁବପୀଢ଼ି ନିଜନିଜ ସ୍ତରରେ ଆତ୍ମ
ନିର୍ଭରଶୀଳ ହେବା ସହିତ ସରକାରଙ୍କ ବିଭିନ୍ନ ଯୋଜନାକୁ ସଠିକ ଭାବେ ରୂପାୟନ କରିବା, ଛୋଟ ଶିଳ୍ପ,
ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଆଗେଇ ଆସିବାକୁ ମତବ୍ୟକ୍ତ କରିଥିଲେ l ବିଶିଷ୍ଟ ଅତିଥି ଭାବେ
ମାନ୍ୟବର ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ ସ୍ୱାଇଁ,ପଶୁପାଳନ ଓ ଏମେସେମି ମାନ୍ୟବର ମନ୍ତ୍ରୀ ଗୋକୁଳା ନନ୍ଦ
ମଲ୍ଲିକ ଉପସ୍ଥିତ ରହି ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ମତରଖିବା ସହିତ ଉଦ୍ୟୋଗୀ ପରିବାରର
ଉତ୍ସାହ ବୃଦ୍ଧି କରିଥିଲେ l ଏହି ଅବସରରେ ଶ୍ରେଷ୍ଠ ଉଦ୍ୟୋଗୀ 2024 ସମ୍ମାନ ଡ଼ଃ ଅର୍ଜୁନ ମହାରଣାଙ୍କୁ
ପ୍ରଦାନ କରାଯିବା ସହିତ 25 ଜଣ ଉଦ୍ୟୋଗୀଙ୍କୁ ସମ୍ମାନିତ କରାଯାଇଥିଲା l ସଭାପତି ଶ୍ରୀଯୁକ୍ତ ମିଶ୍ର
ଉଦ୍ୟୋଗୀଙ୍କ ସୁରକ୍ଷା, ସମ୍ମାନ ଓ ସମୃଦ୍ଧି ଉପରେ ନିଜ ବକ୍ତବ୍ୟ ରଖିବା ସହିତ ପରିବାରକୁ ଧନ୍ୟବାଦ
ଅର୍ପଣ କରିବା ସହିତ ଶିଳ୍ପର ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ l

Leave a Reply

Your email address will not be published. Required fields are marked *

Back To Top
× How can I help you?