
ବଲାଙ୍ଗୀର ଠାରେ ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା 2024-25 ଉଦଯାପିତ ହୋଇଯାଇଛି ପାଞ୍ଚ ଦିନ ଧରି ଚାଲିଥିବା ଏହି ମେଳା କୁ ମାନ୍ୟବର କୃଷିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ମହୋଦୟ ଉଦଘାଟନ କରିଥିଲେ l
ପାଞ୍ଚ ଦିନ ଧରି ଚାଲି ଥିବା ଏହି ମେଳା ରେ ବଲାଙ୍ଗୀର ଜିଲ୍ଲା ସହ ବିଭିନ୍ନ ଜିଲ୍ଲା ର ଚାଷୀ ମାନେ ମଧ୍ୟ ସାମିଲ ହୋଇ ଥିଲେ l ଏହି ମେଳା ରେ ବହୁତ ପ୍ରକାର କୃଷି ଯନ୍ତ୍ରପାତି ପ୍ରଦର୍ଶିତ ହୋଇଥିଲା l ଚାଷୀମାନଙ୍କୁ ପାଠ୍ୟଶାଳା ମାଧ୍ୟମ ରେ କୃଷି ସମ୍ଭନ୍ଧୀୟ ଅନେକ ଲୋକାଭିମୁଖୀ ଯୋଜନା ତଥା କୃଷି କାର୍ଯ୍ୟ କୁ ସହଜ କରିବା ପାଇଁ ବିଭିନ୍ନ କୃଷି ଯନ୍ତ୍ରପାତି ଉପରେ ରିହାତି ଇତ୍ୟାଦି ବିଷୟ ରେ ଅବଗତ କରା ଯାଇଥିଲା l ଏହି ମେଳା ରେ ବଲାଙ୍ଗୀର ବ୍ଲକ ର ବାରପୁଡୁଗିଆ ଗ୍ରାମ ପଂଚାୟତ ର 100 ରୁ ଉର୍ଦ୍ଧ୍ଵ ଚାଷୀ ଓ ମହିଳା ଚାଷୀ ଯୋଗ ଦେଇଥିଲେ ବାରପୁଡୁଗିଆ ଗ୍ରାମ ପଂଚାୟତ ର କର୍ଲ୍ଲାପିଟା (ଆମପାଲି) ଗ୍ରାମ ର ସଫଳ ଚାଷୀ ଶ୍ରୀ ନିର୍ମଳ ପଟେଲ ଙ୍କୁ ମାନ୍ୟବର କୃଷିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂଦେଓ ଉପଢୌକନ ଓ ମାନ ପତ୍ର ଦେଇ ସମ୍ମାନିତ କରିଥିଲେ l ଠିକ ସେହିପରି ପାଠ୍ୟଶାଳା ରେ ପଢା ଯାଇଥିବା ପାଠ ଉପରେ ପଚରା ଯାଇ ଥିବା ପ୍ରଶ୍ନ ର ସଠିକ ଉତ୍ତର ରଖି ଏହି ପଂଚାୟତ ର ଜଣେ ଚାଷୀ ଏବଂ ଦୁଇ ଜଣ ମହିଳା ଚାଷୀଙ୍କୁ ବଲାଙ୍ଗୀର ସି. ଡ଼ି ଏ. ଓ, ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ ଉଦଯାପନୀ ଦିବସରେ ବାରପୁଡୁଗିଆ ଗ୍ରାମ ପଞ୍ଚାୟତ ରେ କାର୍ଯ୍ୟରତା କୃଷି ଓଭରସିୟର ସମସ୍ତଙ୍କ ପ୍ରୀୟ ପୁର୍ଣିମା ମିଶ୍ର ଙ୍କୁ ଶ୍ରୀ ସଚିଦାନନ୍ଦ ପଣ୍ଡା ଷ୍ଟେଟ କନ୍ସଲଟାଣ୍ଟ, ସି.ଡ଼ି ପି, ଏମ.ଏଲ. ଆଈ. ପି, ଶ୍ରୀ ରବୀନ୍ଦ୍ର ପାଇକରାୟ ଷ୍ଟେଟ ମ୍ୟାନେଜେର ସି. ଡ଼ି. ପି. ଏମ.ଏଲ.ଆଈ ପି, ଏବଂ ଏ ଡ଼ି ଓ ବଲାଙ୍ଗୀର, ଶ୍ରୀ ପ୍ରମୋଦ କୁମାର ବଡ଼ପଣ୍ଡା ମିଳିତ ଭାବରେ ମଞ୍ଚରେ ସମ୍ମାନିତ କରିଥିଲେ l ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ବଲାଙ୍ଗୀର 2024-25 ରେ ବାରପୁଡୁଗିଆ ପଂଚାୟତ ର ସଫଳ ଚାଷୀ ଓ ମହିଳା ଚାଷୀ ସର୍ବୋପରି କୃଷି ଓଭର ସିୟର ପୂର୍ଣ୍ଣିମା ମିଶ୍ର ମାଡମ ଙ୍କୁ ମଞ୍ଚ ରେ ସମ୍ମାନିତ କରି ବାରପୁଡୁଗିଆ ଗ୍ରାମ ପଞ୍ଚାୟତ କୁ ଗୌରାବାନ୍ୱିତ କରି ଥିବାରୁ ବାରପୁଡୁଗିଆ ଗ୍ରାମ ପଞ୍ଚାୟତ ର ସମସ୍ତ ଚାଷୀ ମାନଙ୍କ ତରଫରୁ କୃଷି ବିଭାଗ ବଲାଙ୍ଗୀର ର ବ୍ଲକ ଏଗ୍ରିକଲଚର ଅଫିସର ସୁଜାତା ଛତ୍ରିଆ , ସ୍କିମ ଅଫିସର ଶ୍ରୀ ସୁଧାକର ନନ୍ଦ ତଥା ସି ଡ଼ି ଏ ଓ, ଶ୍ରୀ ବାବୁଲି ଚରଣ ସେଠି ଙ୍କୁ ବାରପୁଡୁଗିଆ ଚାଷୀ ମାନଙ୍କ ତରଫରୁ କୃଷକ ସାଥୀ ଜୟକୃଷ୍ଣ ମିଶ୍ର ଧନ୍ୟବାଦ ଜଣାଇଛନ୍ତି l