ମହିଳା ଙ୍କୁ ସ୍ବାବଲମ୍ବୀ କରିବା ପାଇଁ କଳିଙ୍ଗ ମହିଳା ଶକ୍ତିର ପ୍ରୟାସ।

Express News

ପାରାଦ୍ବୀପ,୧୭/୦୩(ନି.ପ୍ର): ବିଶ୍ବ ପାଳୁଛି ଆନ୍ତର୍ଜାତୀୟ ମହିଳା ଦିବସ ସେଇ ପରି ପ୍ରେକ୍ଷିରେ ଏକ ସପ୍ତାହ ଧରି ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରିଆସୁଛି କଳିଙ୍ଗ ମହିଳା ଶକ୍ତି । ଏହି ଅବସରରେ ମହିଳା ଦିବସ ର ଶେଷ ଦିନରେ କୁଜଙ୍ଗ ବ୍ଲକ ଗଣ୍ଡକିପୁର ଗ୍ରାମରେ ଶତାଧିକ ମହିଳା ମାନଙ୍କୁ ନେଇ ଏକ ସଭା ଆୟୋଜନ କରିବା ସହିତ ସ୍ଥାନୀୟ ଅଞ୍ଚଳର ଫତେପୁର, ବଗଦିଆ, କୋଠି, ଡ଼ାଳିମ୍ବପୁର, ପ୍ରତାପୁର, କୁଜଙ୍ଗ,ବଳରାମପୁର ଓ ଗଣ୍ଡକିପୁର ଗ୍ରାମର ମହିଳା ମାନଙ୍କୁ ୪୦ ଗୋଟି ସିଲେଇ ମେସିନ ପ୍ରଦାନ କରିଥିଲେ କଳିଙ୍ଗ ମହିଳା ଶକ୍ତି। ଆଗାମୀ ଦିନରେ ଅଞ୍ଚଳର ମହିଳା ମାନଙ୍କୁ ସଶକ୍ତ କରିବା ସହିତ ଆତ୍ମନିର୍ଭରଶୀଳ କରିବା ପାଇଁ  କଳିଙ୍ଗ ମହିଳାଶକ୍ତି ତରଫରୁ ଭିନ୍ନ କାର୍ଯ୍ୟକ୍ରମ ମାନ ଆପଣାଇବା ସହିତ କିପରି ସ୍ଥାନୀୟ ଶିଳ୍ପସଂସ୍ଥା ମାନଙ୍କ ସିଏସଆର ଅର୍ଥରେ ଅଞ୍ଚଳର ଉନ୍ନତି କରାଯାଇ ପାରିବ ଏବଂ ଯେଉଁ ମହିଳା ମାନେ ଶିକ୍ଷିତ ସେମାନଙ୍କୁ ବିଭିନ୍ନ ବୈଷୟିକ ଶିକ୍ଷା ପ୍ରଦାନ କରି ଆତ୍ମନିର୍ଭରଶିଳ କରାଯାଇ ପାରିବ ଏହା କଳିଙ୍ଗ ମହିଳାଶକ୍ତି ର  ପ୍ରୟାସ ରହିବ ବୋଲି କହିଥିଲେ ସଂଗଠନ ର ଅଧ୍ୟକ୍ଷା ମନୋରମା ଖଟୁଆ । ଏହି ସଂଗଠନ ନିଶା ନିବାରଣ କଥା ହେଉ ବାୟୁ ପ୍ରଦୁଷଣ,ଜଳ ପ୍ରଦୁଷଣ, ଅଠରବାଙ୍କି ରୁ ଦୋଛକି ରାସ୍ତାର ମରାମତି କଥା ହେଉ ସବୁରି କଥା ଉପରେ ଶ୍ବର ଉଠାଇ ଆସିଛି ଓ ଦୀର୍ଘ ପାଞ୍ଚବର୍ଷ ଧରି କଳିଙ୍ଗ ମହିଳା ଶକ୍ତି ପାରାଦ୍ବୀପ ଅଞ୍ଚଳର ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଅନେକ କାର୍ଯ୍ୟକରି ଆସିଛି। ପାରାଦ୍ବୀପ ଅଞ୍ଚଳରେ ଦିନକୁ ଦିନ ବଢୁଥିବା ପ୍ରଦୂଷଣ କୁ ଦୂର କରିବା ପାଇଁ କଳିଙ୍ଗ ମହିଳା ଶକ୍ତି ରାଜରାସ୍ତା କୁ ଓହ୍ଲାଇବା ନେଇ  କହିଥିଲେ ମନୋରମା ଖଟୁଆ । ଏହି ସଭାରେ କଳିଙ୍ଗ ମହିଳା ଶକ୍ତିର ସମସ୍ତ କାର୍ଯ୍ଯକର୍ତ୍ତା ଓ ଗଣ୍ଡକିପୁର ଗ୍ରାମର ଗ୍ରାମ୍ଯ କମିଟି ସଭାପତି ରବିନ୍ଦ୍ର ସାମଲ, ଗ୍ରାମ୍ଯ କମିଟି ସଭ୍ଯ ରବିନ୍ଦ୍ର ମାଝୀ, ଧିରେନ୍ଦ୍ର ସାମଲ, ଜୟଦେବ ମହାପାତ୍ର, ଡ଼ ସୁଧାଶୁଂ ଶେଖର ମହାପାତ୍ର ପାଙ୍ଗରା ଉ.ପ୍ରା ବିଦ୍ଯାଳୟ ର ପ୍ରଧାନ ଶିକ୍ଷକ ପ୍ରଦିପ କୁମାର ରାଉତ ପ୍ରମୁଖ ସଭାରେ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *

Back To Top
× How can I help you?