ଏପ୍ରିଲ ୭ ରୁ ଆରମ୍ଭ ହେବ ବନଦୁର୍ଗା ମହୋତ୍ସବ, ସଂସ୍କୃତିର ସୁରକ୍ଷା ଓ ସମସ୍ୟା ସମାଧାନର ବାଟ ଦେଖାଇବ ମହୋତ୍ସବ : ନରସିଂହ

Express News

ବଲାଙ୍ଗିର :  ଏକ ବୃହତ୍ତର ସ୍ୱାର୍ଥ ରକ୍ଷା ପାଇଁ ଲୋୟର ସୁକତେଲ ବୁଡି ଅଂଚଳର ଲୋକେ ସବୁ କିଛି ତ୍ୟାଗ କରିଛନ୍ତି । ମା, ମାଟି, ମନ୍ଦିର, ଆତ୍ମୀୟ ସ୍ୱଜନ ଏ ସମସ୍ତଙ୍କୁ ଛାଡି ୨୯ ଖଣ୍ଡ ଗାଁର ଲୋକେ ବିସ୍ଥାପିତ ଅବା ପ୍ରଭାବିତ ହୋଇଛନ୍ତି l ସମସ୍ତ ଙ୍କ ଆରାଧ୍ୟା ଦେବୀ ମାଁ ବନଦୂର୍ଗାଦେବୀ ଙ୍କ ନାମରେ ବନଦୁର୍ଗା ମହୋତ୍ସବ କମିଟି ଗଠନ କରି ବନଦୁର୍ଗା ମହୋତ୍ସବ ସହ ମନ୍ଦିର ର ପୁନଃଉଦ୍ଧାର କରିବାକୁ ଏକତ୍ରିତ ହୋଇଛନ୍ତି କର୍ମକର୍ତ୍ତା l ଆଜି ବନଦୁର୍ଗା ମହୋତ୍ସବ ମଂଚ ଭୂମିପୂଜା ଉତ୍ସବରେ ମହୋତ୍ସବ କମିଟିର ଅଧ୍ୟକ୍ଷ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ଉପସ୍ଥିତ ଥିବା ତଳି ତଥା ବୁଡି ଅଂଚଳର ଲୋକଙ୍କୁ ନିଜ ବକ୍ତବ୍ୟରେ କହିଛନ୍ତି ଏ ଉତ୍ସବ ମାଧ୍ୟମରେ ଏ ଅଂଚଳର ଲୋକଙ୍କର ଶିକ୍ଷା, ସଂସ୍କୃତି, ପରଂପରା ତଥା ସେମାନେ ଭୋଗୁଥିବା ସମସ୍ୟାକୁ ନେଇ ଏକ ଉତ୍ତମ ମାହୋଲରେ ମତ ବିନିମୟ କରିପାରିବା ଯାହାକି ଶିକ୍ଷା, ସଂସ୍କୃତି, ପରଂପରାର ସୁରକ୍ଷା ଓ ସମସ୍ୟାର ସମାଧାନ ଦିଗରେ ଆମକୁ ସାହାଯ୍ୟ କରିବ । ଲୋୟର ସୁକତେଲ ଡେମ ତଳେ ଅନୁଷ୍ଠିତ ବୈଠକରେ ଉପଦେଷ୍ଟା ମଣ୍ଡଳିର ପୂର୍ବତନ ମୁଖ୍ୟ ଯନ୍ତ୍ରୀ ବେଲାର ସିଂ ଭୋଇ, ଗୌନ୍ତିଆ ଲୋକନାଥ କୁମୁରା, ଝାଙ୍କରପାଲି ଗୌନ୍ତିଆ ଦୁର୍ଗା ଭୋଇ, ସାମାଜିକ କର୍ମୀ ଧର୍ମେନ୍ଦ୍ର ନନ୍ଦ, ଲୋଚନ ବିଶ୍ୱାଲ ପ୍ରମୁଖ ମଂଚାସୀନ ଥିଲେ । ଏହି ଉତ୍ସବ ଆୟୋଜନରେ ମୁଖ୍ୟତଃ ମାଗୁରବେଡା, ଗ.ଶ.ଡୁଙ୍ଗୁରିପାଲି, କୁଶମେଲ, କୁଟୁମଡୋଲା, ଖୁଣ୍ଟପାଲି, ରେଙ୍ଗାଲି, ରତାଖଣ୍ଡି, ବାରପୁଡୁଗିଆ, ଝାଙ୍କରପାଲି ଓ ଚୁଡାପାଲି ପଂଚାୟତର ଜନପ୍ରତିନିଧି  ଅଜୟ ରାଜ ଗଡତ୍ୟା, ପ୍ରମୋଦ ପଟେଲ, ସଦାଶିବ କଣ୍ଢେର, କୌସ୍ତୁଭ ସାହୁ, ହିମାଞ୍ଚଳ ମେହେର, ଲୋଚନ ବିଶ୍ଵାଳ, ବ୍ୟାସଦେବ ବଞ୍ଛୋର, ବ୍ୟାସଦେବ ଥନାପତି, ଶ୍ରୀଧର ବାରିକ, ଲମ୍ବୋଦର ପଧାନ, ଗିରିଧାରୀ ପୁଟା, ନିରାକାର ଧରୁଆ, ପ୍ରତାପ ତେଜି, କିଶୋର ଗଡତ୍ୟା, ବୁଦ୍ଧ ଗଡତ୍ୟା, ଶାନ୍ତନୁ ସିଂ, ଗଣନାଥ ଭୋଇ, ଅଶୋକ ପଟେଲ, ଭରତ ସାହୁ, ଅଶ୍ଵିନୀ କ୍ଷେତି, ଡ଼ ରାଧାକାନ୍ତ ଭୋଇ, ରାମ ଆଦବରିଆ, ସୁଶିଲ ବେହେରା ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ଆସନ୍ତା ଏପ୍ରିଲ ମାସ ୭ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପି ଏହି ମହୋତ୍ସବ ପାଳନ କରାଯିବାର ସ୍ଥିରିକୃତ ହୋଇଛି ବୋଲି ମହୋତ୍ସବ କମିଟିର ସଭାପତି ସଂଜୟ ଗଡତ୍ୟା, ଉପ-ସଭାପତି କୈଳାସ ଚନ୍ଦ୍ର ସିଂଦେଓ ଓ  ସଂପାଦକ ଜୟକୃଷ୍ଣ ମିଶ୍ର, ସହ-ସଂପାଦକ ବିକାଶ ରଥ ଓ କୋଷାଧ୍ୟକ୍ଷ ନରେନ୍ଦ୍ର ବିଶି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Back To Top
× How can I help you?