ଆମପାଣି ଗ୍ରାମ ପଞ୍ଚାୟତକୁ ବ୍ଲକ ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ 

Express News

କଳାହାଣ୍ଡି ଜିଲ୍ଲା ରୁ ମାଧବ ସାହୁ ଜଗନ୍ନାଥ ଏକ୍ସପ୍ରେସ୍ 

ଭବାନୀପାଟଣା ତା ୧୨/୩(ଜଗନ୍ନାଥ ଏକ୍ସପ୍ରେସ୍)ରାଜ୍ୟ ସରକାର ନୂତନ ବ୍ଲକ ଓ ପଂଚାୟତ ଗଠନ ନିମନ୍ତେ ନିକଟ ଅତୀତରେ ଗଣ ମାଧ୍ୟମରେ ଖବର ପ୍ରସାରିତ ହେବାପରେ ବହୁତ ଦିନରୁ ଆଶାବାନ୍ଧି ରହିଥିବା ଗ୍ରାମ ପଂଚାୟତ ଗୁଡିକ କସରତ ଆରମ୍ଭ କରିଦେଇଛନ୍ତି। ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନବରଙ୍ଗପୁର ଜିଲ୍ଲା ସୀମାରେ ଅବସ୍ଥିତ ଆମପାଣି ଠାରେ ବ୍ଲକ ସ୍ଥାପନା ନେଇ ବୁଧବାର ପୂର୍ବାହ୍ନ ୧୨ଟା ରେ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନକ୍ରମେ ୧୦ଟି ପଂଚାୟତବାସୀ କଳାହାଣ୍ଡି ଜିଲ୍ଲାପାଳଙ୍କ ମାଧ୍ୟମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ବେଷରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତା ମାନେ ଜିଲ୍ଲପାଳ ପାୱାର ସଚିନ ପ୍ରକାଶ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏହି ଦାବିପତ୍ର ପ୍ରଦାନବେଳେ ୧୦ଟି ପଂଚାୟତ ଯଥା କୋକସରା ବ୍ଲକ ଅଧୀନ : ୧. ଆମପାଣି, ୨. କାଉଡୋଳା, ୩. ବଡପୋଡଗୁଡା, ୪. ବରଡ଼ଙ୍ଗା, ୫. ଡୁଡୁକାଠେଙ୍ଗା, ୬. ମହିମା, ୭. ସାନ ପୋଡ଼ଗୁଡା, ୮. ଗୋତମୁଣ୍ଡା ଓ ୯. ଜୟପାଟଣା ବ୍ଲକ ଅନ୍ତର୍ଗତ ବଡ ପୂଝରୀଗୁଡ଼ା ଏବଂ ୧୦. ଉଚ୍ଚଳା ଗ୍ରାମ ପଞ୍ଚାୟତ ରହିଛନ୍ତି। ବୁଧବାର ଦିନ ଆମପାଣି ବ୍ଲକ କ୍ରିୟାନୁଷ୍ଠାନ କମିଟିର ଆବାହକ ବିଘ୍ନେଶ୍ୱର ନାଏକ, ସଭାପତି ଗୋପୀଚନ ନାଏକ, ଉପସଭାପତି ବିଘ୍ନେଶ୍ୱର ନାଏକ, ଟିକିଚନ୍ଦ୍ର ମାଝୀ, କୃଷ୍ଣ ଚନ୍ଦ୍ର ମାଝୀ, ପ୍ରଦୀପ କୁମାର ସାହୁ, ମାନିରାଜ ବାଣୁଆ, ମଧୁବନ ପାତ୍ର କାର୍ଯ୍ୟକାରୀ ସଭାପତି ଋତୁରାଜ ମାଝୀ, ସମ୍ପାଦକ ଧନୁ ଦୁର୍ଗା, କୋଷାଧକ୍ଷ ସୁରେଶ ଚନ୍ଦ୍ର ସାହୁ, ମନୋରଞ୍ଜନ ବାଣୁଆ, ଆଇନଜୀବୀ ମନୋଜ ନାଏକ, ଖଗେଶ୍ୱର ପ୍ରଧାନୀ, ଚକ୍ରଧର ବେଶ୍ରା, ସନ୍ତୋଷ କୁମାର ମାଝୀ, ଲଷ୍ମୀଧର ମେହେର, ବିଜୟ କୁମାର ପଣ୍ଡା, ଜଗଦିଶ ଚନ୍ଦ୍ର ନାଏକ, ତ୍ରିଲୋଚନ ବେଶ୍ରା ସମେତ ଆମପାଣି ଅଂଚଳର ଶତାଧିକ ଲୋକ ଉପସ୍ଥିତ ଥିଲେ। ଜିଲ୍ଲାପାଳ କ୍ରିୟାନୁଷ୍ଠାନ କମିଟିର ଦାବିକୁ ଗ୍ରହଣ କରି ଅଧଘଣ୍ଟା କାଳ ଅଂଚଳର ପାରିପାର୍ଷିକ ଓ ଭୌଗଳିକ ସ୍ଥିତି ସମ୍ପର୍କରେ ଆଲୋଚନା କରିବା ସହ ଏହି ଦାବୀ ଉପରେ ଗୁରୁତର ସହ ବିଚାର କରି ଯଥାସମ୍ଭବ ପଦକ୍ଷେପ ନିଆଯିବବୋଲି ପ୍ରତିଶୃତି ଦେଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back To Top
× How can I help you?