
ଭୁବନେଶ୍ୱର, ୯.୩ : ନାରୀ କେବେ ଦୁର୍ବଳ କିମ୍ବା ଅବହେଳିତା ନୁହଁନ୍ତି । ସେମାନେ ସବଳା ଓ
ଶକ୍ତିମୟୀ । ମା’ ହିଁ ଘରର ମେରୁଦଣ୍ଡ । ସେ ହିଁ ପରିବାରକୁ ଏକାଠି ରଖିପାରେ, ପରିବାରର ସଦସ୍ୟଙ୍କୁ
ଆଗକୁ ବଢିବାରେ ସହଯୋଗ କରିପାରେ । ତେଣୁ ମହିଳାମାନେ ସମୃଦ୍ଧ ହେଲେ ସମାଜ ଶୃଙ୍ଖଳିତ ଓ
ସୁସଂଗଠିତ ହୋଇପାରିବ ବୋଲି ଅବସରପ୍ରାପ୍ତ ବି·ରପତି ତଥା ଶ୍ରୀମନ୍ଦିର ରନôଭଣ୍ଡାର କମିଟିର
ଅଧ୍ୟକ୍ଷ ବିଶ୍ୱନାଥ ରଥ କହିଛନ୍ତି ।
ସ୍ଥାପନା ·ରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଓଡ଼ିଶା ମହିଳା ମହୋତ୍ସବ-୨୦୨୫ ପାଳନ
ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜଷ୍ଟିସ ରଥ
କହିଛନ୍ତି ଯେ, ଯୁଗେ ଯୁଗେ ମହିଳାମାନେ ପୂଜ୍ୟା । ସେ ଘରର ·ବିକାଠି ସମ୍ଭାଳିବା ସହ ପରିବାରର
ଯାବତୀୟ କାର୍ଯ୍ୟ କରିଥାନ୍ତି । ସେ ହିଁ ପରିବାରକୁ ସଜାଡ଼ିବା ସହ ସମାଜକୁ ଶୃଙ୍ଖଳିତ ଓ
ଆଗକୁ ବଢିବାରେ ପ୍ରମୁଖ ଭୂମିକା ନେଇଥାନ୍ତି । ଶିକ୍ଷାର ମହାସ୍ରୋତରେ ମହିଳମାନେ ସାମିଲ୍
ହୋଇ ଦେଶର ସମସ୍ତ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ସହ ବିକାଶର ଧାରାକୁ ଆଗକୁ
ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ବୋଲି ସେ କହିଛନ୍ତି ।
ଟ୍ରଷ୍ଟର ଅଧ୍ୟକ୍ଷା ସମାଜସେବୀ ନିବେଦିତା ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି
କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ନାରାୟଣ ମହାନ୍ତି,
ସମ୍ମାନିତ ଅତିଥି ଭାବେ ଉକ୍ରଳ ବିଶ୍ୱବିଦ୍ୟାଳୟର କୁଳପତି ଡଃ ସବିତା ଆ·ର୍ଯ୍ୟ ଓ କଲିକତା
ହାଇକୋର୍ଟର ବରିଷ୍ଠ ଆଇନଜୀବୀ ସ୍ମୃତି ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସମାଜରେ
ନାରୀ ପୁରୁଷ ମଧ୍ୟରେ ଥିବା ତାରତମ୍ୟକୁ ଦୂର କରିବା ଉପରେ ଗୁରୁତ୍ୱାରୋପ କହିବା ସହିତ
ମହିଳାମାନେ ଆଗକୁ ବଢନ୍ତୁ ବୋଲି କହିଥିଲେ । ମହିଳାମାନଙ୍କୁ ସମୃଦ୍ଧ ହେବା କ୍ଷେତ୍ରରେ
ପରିବାରରୁ ପ୍ରଥମେ ସହଯୋଗ ମିଳିବା ଦରକାର । ଫଳରେ ସେମାନେ ଆଗକୁ ବଢିବେ ଓ ସମୃଦ୍ଧ
ହେବେ । ସେହିପରି ନାରୀ ଶିକ୍ଷା ଉପରେ ସେମାନେ ଗୁରୁତ୍ୱ ଦେବା ସହ ସମାଜରେ ସେମାନଙ୍କ ପାଇଁ
ସମାନତା ରହିବା ଦିଗରେ ସରକାର ଆହୁରି ପ୍ରୟାସ କରିବା ଦରକାର ବୋଲି କହିଥିଲେ । ଏହି
କାର୍ଯ୍ୟକ୍ରମରେ “ସମ୍ବାଦ ଶତରୂପା” ଶୀର୍ଷକ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା ।
ଏଥିରେ ଆଲୋଚକ ଭାବେ ଡଃ ଜୟଶ୍ରୀ ମହାପାତ୍ର, ସଖୁବୀନ୍ଦର କୌର, କୁମ୍କୁମ୍ ଦେବୀ,
ବିଷ୍ଣୁପ୍ରିୟା ସାହୁ, ସ୍ୱାତୀ ଦାଶ, ଅନୂସୟା ରଥ ଓ ସ୍ମରଣିକା ମହାନ୍ତି ଯୋଗ ଦେଇଥିଲେ ।
ଏହି ଅବସରରେ ୧୬ ଜଣ ମହିଳାଙ୍କୁ ସମ୍ମାନିତ କରାଯାଇଥିଲା । ସେମାନେ ହେଲେ ଡଃ ଜୟଶ୍ରୀ
ମହାପାତ୍ର, ସରିତା ପଣ୍ଡା, ଚିତ୍ରଲେଖା ମହାନ୍ତି, ଶର୍ମିଳା ସାହୁ, ସ୍ମୃତି ମିଶ୍ର, ସ୍ୱାତୀ ଦାଶ,
ଅପର୍ଣ୍ଣା ମିଶ୍ର, ସନ୍ଧ୍ୟା ପଟ୍ଟନାୟକ, ଆରତୀ ପଟେଲ, ସୁମିତ୍ରା ମହାପାତ୍ର, କନକଲତା ସୂତାର,
ଡଃ ପିନାକ୍ଷୀ ବାଗ, ସ୍ମିତା ମହାନ୍ତି, ସ୍ମରଣିକା ମହାନ୍ତି, ନିବେଦିତା ଶତପଥୀ ଓ ସସ୍ମିତା ସେନାପତି
ପ୍ରମୁଖ । ପରେ ପରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୁରୀର
କଳାମାରମାନଙ୍କ ପକ୍ଷରୁ ନାରୀ ଶକ୍ତି ଉପରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ସୋଆ ବିଶ୍ୱ
ବିଦ୍ୟାଳୟର ଆଇନ ବିଭାଗ ଛାତ୍ରଙ୍କ ପକ୍ଷରୁ ଏକ ସଚେତନତାମୂଳକ ନାଟକ ମାମାଲି ମିଶ୍ର ଏବଂ
ଅନ୍ୟ ସାଥୀମାନଙ୍କ ପକ୍ଷରୁ ଫେସନ ଶୋ କାର୍ଯ୍ୟକ୍ରମ ଓ ଶେଷରେ ଖ୍ୟାତିସମ୍ପନ୍ନ କଣ୍ଠଶିଳ୍ପୀ ସନ୍ଧ୍ୟା
ପଟ୍ଟନାୟକଙ୍କ ପକ୍ଷରୁ ସଙ୍ଗୀତ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ
ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ସରୋଜ କୁମାର ଭୂୟାଁ ଏବଂ ମଞ୍ଚ ପରି·ଳନା କରିଥିଲେ
ମୋନିକା ମହାନ୍ତି ।