“ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ବିଭାଗୀୟ ପଦୋନ୍ନତି କ୍ଷେତ୍ରରେ କେନ୍ଦ୍ରୀୟ କମ୍ପୁଟର ଆଧାରିତ ପରୀକ୍ଷା (CBT) ପାଇଁ ରେଳ ବୋର୍ଡ ନିଷ୍ପତ୍ତି ନେଇଛି”
ଆଜି, ରେଳ ବୋର୍ଡ ଦ୍ୱାରା ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ସମସ୍ତ ବିଭାଗୀୟ ପଦୋନ୍ନତି ପରୀକ୍ଷା ରେଳବାଇ ଭର୍ତ୍ତି ବୋର୍ଡ ବା ଆରଆରବି ଦ୍ୱାରା / କେନ୍ଦ୍ରୀୟ କମ୍ପୁଟରୀକୃତ ପରୀକ୍ଷା CBT ମାଧ୍ୟମରେ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ସମସ୍ତ ଜୋନାଲ ରେଳବାଇ ପରୀକ୍ଷା ପାଇଁ ଏକ କ୍ୟାଲେଣ୍ଡର ପ୍ରସ୍ତୁତ କରିବେ। ସମସ୍ତ ପରୀକ୍ଷା କେବଳ ଏକ କ୍ୟାଲେଣ୍ଡର ଆଧାରରେ ପରିଚାଳିତ ହେବ। ସାମ୍ପ୍ରତିକ ବର୍ଷଗୁଡ଼ିକରେ RRB ଦ୍ୱାରା ପରିଚାଳିତ ସ୍ୱଚ୍ଛ, ନିରପେକ୍ଷ ଏବଂ…