ଦୁର୍ଗା ଚରଣ ମହାପାତ୍ରଙ୍କର ୧୮ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ
ଦୁର୍ଗା ଚରଣ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଦୁର୍ଗା ଚରଣ ମହାପାତ୍ରଙ୍କର ୧୮ତମ ଶ୍ରାଦ୍ଧ ବାର୍ଷିକୀ ପୁରୁଣା ଭୁବନେଶ୍ୱର ସ୍ଥିତ ହାଟ ସାହିରେ ଥିବା ସଭା ଗୃହରେ ପାଳିତ ହୋଇଯାଇଛି । ସେ ଜଣେ ମେଳାପି , ପରୋପକାରୀ ମଣିଷଟିଏ ଥ୍ôଲେ । ମନ୍ଦିର ମଠର ବିକାଶ ଓ ସୁରକ୍ଷା ନିମନ୍ତେ ସର୍ବଦା ଚେଷ୍ଟା କରି ଆସୁଥିଲେ । ପେଷାରେ ଆଇନୀଜିବୀ ଥାଇ ହିନ୍ଦୁଙ୍କର ମନ୍ଦିର ଓ ମଠର ସମ୍ପତ୍ତିକୁ ରକ୍ଷଣା ବେକ୍ଷଣା କରିବା ନେଇ ଓକିଲାତି କରି ଆସୁଥିଲେ । ସେ ସର୍ବଦା ସରଳ ଓ ନିଡାମ୍ବର ଜୀବନ ଯାପନ କରୁଥିଲେ । ଏହି ଅବସରରେ ବ୍ରହ୍ମାକୁମାରୀ ବି.କେ ବିଜୟ ଭାଇ, ବି.କେ ଇନ୍ଦୁ ଭଉଣୀ ଗୀତା ଜ୍ଞାନ ଉପରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ଭାବରେ ଭାଗୀରଥି ମହାସୁଆର, ସଭାର ସଭାପତି ତଥା ଟ୍ର୍ଷ୍ଟର ଉପଦେଷ୍ଟା ରଶ୍ମୀ ମହାପାତ୍ର େôଯାଗ ଦେଇଥିଲେ । ଏହି ସଭାରେ ସମାଜସେବୀ ଭାଗିରଥି ମହାସୁଆର, ଯୁବନେତା ପ୍ରଦିପ୍ତ କୁମାର ଜେନା, ତୃପ୍ତିମୟୀ ମକଦ୍ଦମ୍, ଓମକାରନାଥ ମଠର ଉପଦେଷ୍ଟା ଇଂ ଜିତେନ୍ କୁମାର, ସିପ୍ରା ସେନାପତିଙ୍କୁ ଦୁର୍ଗା ଚରଣ ସ୍ମୃତି ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଏହି ଅବସରରେ ବୃଦ୍ଧ ଓ ବୃଦ୍ଧାମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା । ଏହି ସଭା କାର୍ଯ୍ୟକୁ ସଂଗଠନର କର୍ମକର୍ତ୍ତା ସରୋଜ କୁମାର ମହାନ୍ତି, ଅଭିଜିତ ପଟ୍ଟନାୟକ, ଓମ ପ୍ରକାଶ ବାରିକ, କ୍ଷିରୋଦ ବେହେରା, ସୁନିଲ ଡାକୁଆ, ରିନା ସାହୁ ସହୋଯୋଗ କରିଥିଲେ । ଶେଷରେ ଟ୍ରଷ୍ଟର ସଭ୍ୟ ଶ୍ରୀହର୍ଷ ହୋତା ଧନ୍ୟବାଦ ଅର୍ପଣ କରିଥିଲେ ।