ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ପକ୍ଷରୁ ‘ଅକ୍ଷୟ ଶକ୍ତି:ଉତ୍ସ, ବ୍ୟବହାର ଓ ସୁଯୋଗ’ ଶୀର୍ଷକ ଜାତୀୟସ୍ତରୀୟ ଆଲୋଚନା ଚକ୍ର ଓ ଜାତୀୟ ଉତ୍କର୍ଷତା ସମ୍ମାନ-୨୦୨୪

Express News

ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ପକ୍ଷରୁ ‘ଅକ୍ଷୟ ଶକ୍ତି:ଉତ୍ସ, ବ୍ୟବହାର ଓ ସୁଯୋଗ’ ଶୀର୍ଷକ ଜାତୀୟସ୍ତରୀୟ ଆଲୋଚନା ଚକ୍ର ଓ ଜାତୀୟ ଉତ୍କର୍ଷତା ସମ୍ମାନ-୨୦୨୪

ଭୁବନେଶ୍ୱର,୧୫.୧୨ : ଦେଶର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ପକ୍ଷରୁ
ଜାତୀୟ ଉତ୍କର୍ଷତା ସମ୍ମାନ ସମାରୋହ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ୧୭ତମ ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ ହୋଇଥିବା ଏହି ସମ୍ମାନ ସମାରୋହରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ଅନୁଷ୍ଠାନ ଏବଂ ବ୍ୟକ୍ତିିବିଶେଷମାନଙ୍କୁ ସୂର୍ଯ୍ୟକ୍ଷେତ୍ର ଜାତୀୟ ଉତ୍କର୍ଷତା ସମ୍ମାନରେ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ‘ଅକ୍ଷୟ ଶକ୍ତି : ଉତ୍ସ, ବ୍ୟବହାର ଓ ସୁଯୋଗ’ ଶୀର୍ଷକ ଏକ ଜାତୀୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ସାରା ବିଶ୍ୱରେ ଆଗାମୀ ଦିନରେ ଦେଖା ଦେଉଥିବା ଶକ୍ତି ସଙ୍କଟର ମୁକାବିଲା ପାଇଁ କିଭଳି ଅକ୍ଷୟ ଶକ୍ତି ଏକ ବିକଳ୍ପ ଭାବେ ଉଭା ହୋଇଛି ସେ ବିଷୟରେ ଆଲୋଚନା ହୋଇଥିଲା । ଏହାର ବ୍ୟବହାର ନେଇ ଲୋକଙ୍କୁ ସଚେତନ କରାଇବା ସହ ଆଗାମୀ ଦିନରେ ଏକ ଦୀର୍ଘମିଆଦୀ କାର୍ଯ୍ୟକ୍ରମ ହାତକୁ ନେବାକୁ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ପକ୍ଷରୁ ଉଦ୍ୟମ କରାଯିବା ନେଇ ଗୁରୁତ୍ୱାରୋପ କରାଯାଇଥିଲା । କାର୍ଯ୍ୟକ୍ରମ ଆରମ୍ଭରେ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ଅଧ୍ୟକ୍ଷ ତଥା ଦେଶର ଜଣାଶୁଣା ସମାଜସେବୀ ଡ. ବିପିନ ବିହାରୀ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିଥିଲେ ସମ୍ପାଦିକା ଡ. ସୁକାନ୍ତି ମିଶ୍ର । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର ଏକାମ୍ର ମାନ୍ୟବର ବିଧାୟକ ବାବୁ ସିଂ କହିଲେ ଯେ, ଶକ୍ତି ସଙ୍କଟ ଓ ଏହାର ସମାଧାନ କ୍ଷେତ୍ରରେ ଏଭଳି ସଚେତନତାଧର୍ମୀ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଭଳି ଅନୁଷ୍ଠାନମାନେ ସମାଜର ପ୍ରକୃତ ହିତରେ ନିଷ୍ଠାପର ଭାବେ କାର୍ଯର୍୍ୟକରି ଆସୁଛନ୍ତି । ଏଥିସହିତ ଶ୍ରେଷ୍ଠ ବ୍ୟକ୍ତିତ୍ୱ ଓ ଅନୁଷ୍ଠାନମାନଙ୍କୁ ଜାତୀୟ ଉତ୍କର୍ଷତା ସମ୍ମାନରେ ସମ୍ମାନିତ କରି ଏକ ନିଆରା ପରମ୍ପରା ସୃଷ୍ଟି କରୁଛନ୍ତି ଯାହା ବାସ୍ତବରେ ଧନ୍ୟବାଦଯୋଗ୍ୟ । ଅନୁଷ୍ଠାନର ଆଗାମୀ ଦିନର ପଦକ୍ଷେପକୁ ସେ ସମର୍ଥନ କରିବା ସହ ଅନ୍ୟମାନେ ମଧ୍ୟ ଏଭଳି କାମ ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଶ୍ରୀ ପ୍ରେମଚାନ୍ଦ ଚୌଧୁରୀ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଜେଏସ୍‌ଡବ୍ଲୁର ସଭାପତି ଅନିଲ୍ କୁମାର ସିଂ, ଆପୋଲୋ ହସ୍ପିଟାଲ ମୁଖ୍ୟ ପରିଚାଳନା ଅଧିକାରୀ ଡ. ଆଲୋକ ଶ୍ରୀବାସ୍ତବ, ଓଡ଼ିଶା ଲଘୁ ଉଦ୍ୟୋଗ ଭାରତୀର ପୂର୍ବତନ ଅଧ୍ୟକ୍ଷ ତପନ କୁମାର ସ୍ୱାଇଁ ଯୋଗ ଦେଇଥିଲେ । ଏହି ଅବସରରେ ଅନୁଷ୍ଠାନର ବାର୍ଷିକ ମୁଖପାତ୍ର ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଦୁବାଇରେ ଅନୁଷ୍ଠିତ ମୋଦୀ ଅ୨୦ ଚିତ୍ରକଳା ପ୍ରଦର୍ଶନୀରେ ଯୋଗ ଦେଇଥିବା ଚିତ୍ରଶିଳ୍ପୀମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ପୂର୍ବହ୍ନରେ ପିଲାମାନଙ୍କ ମଧ୍ୟରେ ହୋଇଥିବା ଆକର୍ଷଣୀୟ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ମିଲନ ଘଟୁଆରୀ ମଞ୍ଚ ପରିଚାଳନା କରିଥିବା ବେଳେ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ଟ୍ରଷ୍ଟି ଶ୍ରୀଯୁକ୍ତ ବିରଜା ମିଶ୍ର ଧନ୍ୟବାଦ ଜ୍ଞାପନ କରିଥିଲେ । ଶେଷରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରବୀନ୍ଦ୍ରନାଥ ରାଉରତରାୟ, ମିଲନ ପ୍ରଧାନ, ବଳାକୃଷ୍ଣ ରାଉତ, ପ୍ରିୟଦର୍ଶନ ମହାପାତ୍ର, ଦିବ୍ୟଜ୍ୟୋତି ସାହୁ, ସଞ୍ଜୟ କର, ରାକେଶ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *

Back To Top
× How can I help you?