ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୭ ତମ ଆବିର୍ଭାବ ମହୋତ୍ସବ

Express News

ଅନୁକୂଳଚନ୍ଦ୍ରଙ୍କ ୧୩୭ ତମ ଆବିର୍ଭାବ ମହୋତ୍ସବ 

ଜଗତସିଂହପୁର ୧୪/୧୨ ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକଛକ ନିକଟସ୍ଥ ମଦନମୋହନ କୁଞ୍ଜ ନିକଟରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୭ ତମ ଆବିର୍ଭାବ ମହୋତ୍ସବ ତଥା ରଘୁନାଥପୁର ସତସଙ୍ଗ କେନ୍ଦ୍ର ପକ୍ଷରୁ ପଞ୍ଚଦଶ ବାର୍ଷିକ ସ୍ମୃତି ଉତ୍ସବ ପାଳିତ ହୋଇଯାଇଛି।ପ୍ରତ୍ୟୁଷରୁ ଉଷା କୀର୍ତ୍ତନ ହେବା ସହ ଓଡିଶାର ସହପ୍ରତି ରିତ୍ତିକ୍ ନଗେନ୍ଦ୍ରନାଥ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ସତସଙ୍ଗ ଉତ୍ସବ ଆରମ୍ଭ ହୋଇଥଲା। ଏଥିରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଅତିଥି ଭାବେ ଯୋଗଦେଇ ପରମପୂଜ୍ୟ ଠାକୁର ଅନୁକୂଳଚନ୍ଦ୍ରଙ୍କ ସତକର୍ମ ଓ ଆଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ। ଏହାଛଡା ମାତାପିତା ସଂସାରରେ ଜୀବନ୍ତ ଠାକୁର ବୋଲି ସମାଜକୁ ବାର୍ତ୍ତା ଦେଇଥିଲେ। ରିତ୍ତିକ ହୃଷୀକେଶ ଆଚାର୍ଯ୍ୟ, ଗୋବିନ୍ଦ ଭୁୟାଁ, ରାମଚନ୍ଦ୍ର ଭୂୟାଁ, ବିଜୟ କୁମାର ମାଦେଳି, ନିରଞ୍ଜନ ଜେନା, ଗୋପାଳ ଦାସ, ନୃସିଂହ ବେହୁରା ଓ ଭୁବନମୋହନ ସ୍ଵାଇଁ ଅତିଥି ଭାବେ ଯୋଗଦେଇ ପରମମୟଙ୍କ ସତମାର୍ଗ ଉପରେ ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ରିତ୍ତିକି ବୀରେନ ରାଉତ ସ୍ବାଗତ ଭାଷଣ ଓ ରଘୁନାଥପୁର କେନ୍ଦ୍ରର ମୂଖ୍ୟ ନିଖିଳ କୁମାର ଜେନା ଉତ୍ସବ ପରିଚାଳନା କରିଥିଲେ। ଅପରାହ୍ନରେ ଆୟୋଜିତ ମାତୃ ସମ୍ମିଳନୀରେ ତିର୍ତ୍ତୋଲ ବିଧାୟକ ଡ ରମାକାନ୍ତ ଭୋଇ ଅତିଥି ଭାବେ ଯୋଗଦେଇଥିଲେ। ଏହି ସମ୍ମିଳନୀକୁ ଜୟନ୍ତୀ ସ୍ଵାଇଁ ଓ ଜୁଲି ମା ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *

Back To Top