ଭାରତୀୟ ଜଳସୀମାରୁ ଦୁଇ ବାଂଲାଦେଶୀ ମାଛଧରା ବୋଟ- ୭୮

Express News

ଜଣଙ୍କୁ ଧରିଲା କୋଷ୍ଟଗାର୍ଡ


ପାରାଦୀପ- ୧୦ା୧୨- ଭାରତୀୟ ଜଳସୀମା ମଧ୍ୟରେ ବେଆଇନ୍ ଭାବେ ପ୍ରବେଶ କରି ମାଛ ଧରୁଥିବା ବେଳେ ଭାରତୀୟ କୋଷ୍ଟଗାର୍ଡ ଦ୍ୱାରା ଦୁଇଟି ବାଂଲାଦେଶୀ ମାଛଧରା ବୋଟ୍‌କୁ ଜବତ କରାଯାଇଛି । ଭାରତୀୟ କୋଷ୍ଟଗାର୍ଡ ପକ୍ଷରୁ ଜାରୀ ହୋଇଥିବା ଇସ୍ତାହାରରୁ ସୂଚନା ମିଳିଛି ଯେ, ସୋମବାର ଦିନ ସକାଳ ପ୍ରାୟ ୦୭ଟା ସମୟରେ ଭାରତୀୟ ଜଳସୀମା ନିକଟରେ କୋଷ୍ଟଗାର୍ଡ ଜାହାଜ ଅମୋଘ ମୁତୟନ ହୋଇଥିଲା । ଏହି ସମୟରେ ଭାରତୀୟ ଜଳସୀମା ମଧ୍ୟରେ ବାଂଲାଦେଶରେ ପଂଜୀକୃତ ହୋଇଥିବା ମାଛଧରା ବୋଟ୍ ଏଫଭି
ଲୌଲା-୨ ଏବଂ ଏଫଭି ମେଘନା-୫ ବେଆଇନ୍ ଭାବେ ପ୍ରବେଶ କରି ମାଛ ଧରୁଥିଲେ । ଭାରତୀୟ କୋଷ୍ଟଗାର୍ଡ ସେଠାରେ ପହଂଚି ଛାନ୍‌ଭିନ୍ କରିଥିଲେ । ଭାରତୀୟ ଜଳସୀମା ମଧ୍ୟରେ ବେଆଇନ୍ ଭାବେ ପ୍ରବେଶ କରିଥିବାରୁ ଆର୍ନ୍ତଜାତୀୟ ନୌବାଣିଜ୍ୟିକ ଆଇନ୍ ଅନୁଯାୟୀ ଏହି ଦୁଇଟି ଜାହାଜକୁ ଜବତ କରି ପାରାଦୀପ ଅଣାଯାଉଛି । ଏହି ଏଫଭି ଲୌଲା-୨ ମାଛ ଧରା ବୋଟ୍‌ରେ ୪୧ ଜଣ ଓ ଏଫଭି
ମେଘନା-୫ରେ ୩୭ ଜଣ ମୋଟ୍ ୭୮ଜଣଙ୍କୁ ଧରି କୋଷ୍ଟଗାର୍ଡ ଜାହାଜ ଅମୋଘ ପାରାଦୀପ ଫେରୁଥିବା କୋଷ୍ଟଗାର୍ଡ ପକ୍ଷରୁ ସୂଚନା ମିଳିଛି । ଏ ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟକୁ ସୂଚନା ପ୍ରଦାନ କରାଯାଇଛି ା ଆର୍ନ୍ତଜାତୀୟ ନୌବାଣିଜ୍ୟିକ ଆଇନ୍ ୧୯୮୧ ଅନୁଯାୟୀ ଏହି ଦୁଇ ମାଛଧରା ବୋଟ୍ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହି ଦୁଇ ମାଛଧରା ବୋଟର ସମସ୍ତ କର୍ମଚାରୀ ସୁସ୍ଥ ଥିବା ଜଣା
ପଡିଛି । ପାରାଦୀପରେ ପହଂଚିବା ପରେ ସମସ୍ତ ମତ୍ସଜୀବୀଙ୍କୁ ପାରାଦୀପ ମେରାଇନ୍ ପୋଲିସ୍‌କୁ ହସ୍ତାନ୍ତରିତ
କରାଯିବ ।

Leave a Reply

Your email address will not be published. Required fields are marked *

Back To Top