ଚପ୍ରିଆ ପ୍ୟାକ୍ସର ୩ ଧାନ ମଣ୍ଡି ଉଦ୍ଘାଟିତ୍।

Express News

ଗୋଲାମୁଣ୍ଡା ବ୍ଲକ ଚପ୍ରିଆ ପ୍ୟାକ୍ସର ୩ ଧାନ ମଣ୍ଡି ଉଦ୍ ଘାଟିତ୍ ହୋଇଯାଇଛି।ପ୍ୟାକ୍ସ ସଭାପତି ଭାଗ୍ୟଧର ସାହୁ ଚପ୍ରିଆ ମଣ୍ଡି,ପ୍ୟାକ୍ସ ଡାଇରେକ୍ଟର ଲମ୍ବୋଦର ସାହୁ, ଓ ଧନେଶ୍ଵର ଭୋଇ ଖଲିଆପାଲି ମଣ୍ଡି ଉଦ୍ ଘାଟନ କରିଥିଲେ।ଏହି ଅବସରରେ ପ୍ୟାକ୍ସ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଧବଳେଶ୍ଵର ବାଗ, ଚପ୍ରିଆ ଧାନ ମଣ୍ଡି ତଦନ୍ତ ଅଧିକାରୀ ସୁଶାନ୍ତ ରାଉତ,ସାନଚେରଗାଁ ଧାନ ମଣ୍ଡି ତଦନ୍ତ ଅଧିକାରୀ ଦୁଃଖୀ ଶ୍ୟାମ ମାଝୀ, ଖଲିଆପାଲି ଧାନ ମଣ୍ଡି ତଦନ୍ତ ଅଧିକାରୀ ଛନ୍ଦା ଚରଣ ଭୋଇ, ଧାନ କ୍ରୟ ଅଧିକାରୀ ଧନଞ୍ଜୟ ରଣା,ଆର୍ ଏମ୍ ସି କର୍ମଚାରୀ ରତ୍ନାକର ହଂସ, ରୋହିତ ଭୋଇ ଓ ଡାଇରେକ୍ଟର ହରେରାମ ଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ। ଧାନର ଆଦ୍ରତା ୧୪ ରୁ ୧୭ ପ୍ରତିଶତ ଥିଲେ ଧାନ କ୍ରୟ କରାଯିବ ବୋଲିି କ୍ରୟ ଅଧିକାରୀ ଧନଞ୍ଜୟ ରଣା ପ୍ରକାଶ କରିଛନ୍ତି।ଏହି ୩ଟି ମଣ୍ଡି ସପ୍ତାହକୁ ୨ ଦିନ ଧରି ଧାନ କିଣାଯିବ ବୋଲି ପ୍ୟାକ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *

Back To Top