ମଣିପାଲ ହସ୍ପିଟାଲ ପକ୍ଷରୁ ଲାପାରୋସ୍କୋପିକ୍ ଲାଇଭ୍ କର୍ମଶାଳା

Express News

ମଣିପାଲ ହସ୍ପିଟାଲ ପକ୍ଷରୁ ଲାପାରୋସ୍କୋପିକ୍ ଲାଇଭ୍ କର୍ମଶାଳା

ଭୁବନେଶ୍ୱର ୨୯/୧୧ : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମଣିପାଲ ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ସଫଳତାର ସହିତ ଲାଇଭ୍ ଲାପାରୋସ୍କୋପିକ୍ କର୍ମଶାଳା VPCON ୨୦୨୪ ଆୟୋଜନ କରାଯାଇଥିଲା । ଇଣ୍ଡିଆନ୍ ଆସୋସିଏସନ୍‌ ଅଫ୍ ଗାଇନେକୋଲୋଜିକାଲ୍ ଏଣ୍ଡୋସ୍କୋପିଷ୍ଟସ୍ (IAGE) ଏବଂ ଆସୋସିଏସନ୍ ଅଫ୍ ଅବଷ୍ଟେଟ୍ରିସିଆନ୍ସ୍ ଆଣ୍ଡ ଗାଏନେକୋଲିଷ୍ଟସ୍ ଅଫ୍‌ ଓଡିଶା (AOGO) ର ମିଳିତ ସହଯୋଗରେ ଆୟୋଜିତ ଏକ କର୍ମଶାଳାରେ ୧୦୦ରୁ ଉର୍ଦ୍ଧ ପ୍ରସୂତୀ ଓ ସ୍ତ୍ରୀରୋଗ ବିଭାଗର ଡାକ୍ତର ମାନେ ଯୋଗଦାନ କରିଥିଲେ ।
ଏହି କର୍ମଶାଳାରେ ଓଡ଼ିଶାର ଅଭିଜ୍ଞ ପ୍ରଫେସର ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ପ୍ରଫେସର ଡାକ୍ତର ଜନ୍ମେଜୟ ମହାପାତ୍ର, ଇଣ୍ଡିଆନ୍ ଆସୋସିଏସନ୍ ଅଫ୍‌ ଗାଇନୋକୋଲୋଜିକାଲ୍ ଏଣ୍ଡୋସ୍କୋପିଷ୍ଟସ୍ (IAGE) ଓଡ଼ିଶା ଶାଖାର ସଭାପତି ପ୍ରଫେସର ଡାକ୍ତର ଭାରତୀ ସାହୁ, ସମ୍ପାଦକ ଡାକ୍ତର ମନୋରଞ୍ଜନ ମହାପାତ୍ର ଏବଂ ଯୁଗ୍ମ-ସଭାପତି ଡାକ୍ତର ସୁଜିତ୍ ବେହେରାଙ୍କ ସମେତ ଅନେକ ଡାକ୍ତର ମାନେ ଯୋଗଦାନ କରିଥିଲେ । ଡାକ୍ତର ମନୋରଞ୍ଜନ ମହାପାତ୍ର, ଡାକ୍ତର ସୁଜିତ ବେହେରା, ଡାକ୍ତର ହରପ୍ରୀତ କୌର, ଡାକ୍ତର ମୋନିକା ଗୁପ୍ତା, ଡାକ୍ତର ଶିବାନୀ ଦେବୀ,ଡାକ୍ତର ଭାରତ ଭୂଷଣଙ୍କ ଭଳି ଦକ୍ଷ ଏବଂ ଅଭିଜ୍ଞ ଡାକ୍ତର ମାନେ ଏହି କର୍ମଶାଳା ଏବଂ ଲାଇଭ ସର୍ଜରୀ କାର୍ଯ୍ୟକ୍ରମକୁ ତଦାରଖ କରି ଦାୟିତ୍ୱ ଲିଭାଇଛନ୍ତି । ଏହି କର୍ମଶାଳା ସମ୍ପର୍କରେ ସୂଚନା ଦେଇ ମଣିପାଲ ହସ୍ପିଟାଲ୍ ଭୁବନେଶ୍ୱରର ବରିଷ୍ଠ ପ୍ରସୂତୀ ଓ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ହରପ୍ରୀତ କୌର କହିଥିଲେ ଯେ, ଓଡ଼ିଶାର ତଥା ଭାରତର ଅନେକ ପ୍ରସିଦ୍ଧ ସର୍ଜନ ମାନେ ଫାଇବ୍ରଏଡ୍ ଓ ଏଣ୍ଡୋମେଟ୍ରିଓସିସ୍ ସମସ୍ୟାର ଲାଇଭ୍ ସର୍ଜରୀ କରି ଅଂଶ ଗ୍ରହଣ କରିଥିବା ଅନ୍ୟ ଡାକ୍ତର ମାନଙ୍କୁ ଶିଖାଇଥିଲେ । ଏହି କର୍ମଶାଳାର ଉଦ୍ଦେଶ୍ୟ ଥିଲା
ଲାପାରୋସ୍କୋପିକ୍ ସର୍ଜରୀ କରୁଥିବା ଡାକ୍ତରମାନଙ୍କ ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବା ଯେଉଁଥିରେ ସେମାନେ ରାଜ୍ୟର ତଥା ଦେଶର ଅଭିଜ୍ଞ ସର୍ଜନଙ୍କ ଠାରୁ ସର୍ଜରୀ ବିଷୟରେ ନୂତନ ଜ୍ଞାନ କୌଶଳ ଏବଂ ପ୍ରଣାଳୀ ଶିଖିିପାରିବେ । ଯାହାକି ଭବିଷ୍ୟତରେ ସେମାନଙ୍କୁ ରୋଗୀ ସେବା କ୍ଷେତ୍ରରେ ଏବଂ ଚିକିତ୍ସା କ୍ଷେତ୍ରରେ ବେଶ ସହାୟକ ହେବ । ମଣିପାଲ ହସ୍ପିଟାଲ ଭୁବନେଶ୍ୱରର ହସ୍ପିଟାଲ ଡାଇରେକ୍ଟର ଡାକ୍ତର ଶକ୍ତିମୟ ମହାପାତ୍ର କହିଥିଲେ ଯେ, ଆମେ ଗର୍ବିତ ଯେ, ଆମେ IAGE ଏବଂ AOGO ସହଯୋଗରେ ସଫଳତାର ସହିତ VPCON ୨୦୨୪ ଆୟୋଜନ କରିପାରିଥିଲୁ । ଏହି କର୍ମଶାଳାରେ ଅନେକ ପ୍ରସିଦ୍ଧ ଡାକ୍ତର ମାନେ ଲାଇଭ୍ ସର୍ଜରୀ କରିବା ସହିତ ଅଂଶ ଗ୍ରହଣ କରିଥିବା ଅନ୍ୟ ସମସ୍ତ ଡାକ୍ତର ମାନଙ୍କୁ ଏହି ଅତ୍ୟାଧୁନିକ ସର୍ଜରୀ ବିଷୟରେ ମଧ୍ୟ କହିଥିଲେ । ଆଗାମୀ ଦିନରେ ମଣିପାଲ ହସ୍ପିଟାଲ ଭୁବନେଶ୍ୱର ଏଭଳି ଅନେକ କର୍ମଶାଳାର ଆୟୋଜନ କରିବାର ମଧ୍ୟ ଯୋଜନା ରହିଛି ଯେଉଁଥିରେ ଦେଶ ତଥା ବିଦେଶର ପ୍ରସିଦ୍ଧ ଡାକ୍ତର ମାନେ ଯୋଗଦାନ କରିବେ ।

ମଣିପାଲ ହସ୍ପିଟାଲ ବିଷୟରେ

ଭାରତରେ ବାର୍ଷିକ ୭ ନିୟୁତରୁ ଅଧିକ ରୋଗୀଙ୍କୁ ସେବା ଯୋଗାଉଥିବା ଲୋକଙ୍କ ମଧ୍ୟରେ ଆସ୍ପିଓନିରିନ୍ ହେଲ୍ଥ କେୟାର, ମଣିପାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଏହାର ମଲ୍ଟିସ୍ପେଶାଲିଟି ଏବଂ ତୃତୀୟ ସ୍ତରୀୟ ଯତ୍ନ ବିତରଣ ସ୍ପେକ୍ଟ୍ରମ ମାଧ୍ୟମରେ ଏକ ସୁଲଭ, ଉଚ୍ଚ ଗୁଣବତା ବିଶିଷ୍ଟ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ବିକଶିତ କରିବା ଏବଂ ଏହାକୁ ଡାକ୍ତରଖାନା ବାହାରେ ସେବାରେ ବିସ୍ତାର କରିବା ଏହାର ଲକ୍ଷ୍ୟ । ମେଡିକା ସିନର୍ଜି ହସ୍ପିଟାଲ ଏବଂ ଏଏମଆରଆଇ ହସ୍ପିଟାଲ ଲିମିଟେଡ୍ (ସେପ୍ଟେମ୍ବର ୨୦୨୩ରେ ଅଧିଗ୍ରହଣ) ଅଧିଗ୍ରହଣ ଶେଷ ହେବା ସହିତ ସମନ୍ୱିତ ନେଟୱାର୍କରେ ଆଜି ୧୦,୫୦୦ରୁ ଅଧିକ ଶଯ୍ୟା ବିଶିଷ୍ଟ ୧୯ଟି ସହରର ୩୭ଟି ଡାକ୍ତରଖାନାର ସର୍ବଭାରତୀୟ ପାଦଚିହ୍ନ ରହିଛି ଏବଂ ୫,୬୦୦ରୁ ଅଧିକ ଡାକ୍ତର ଏବଂ ୧୮,୬୦୦ରୁ ଅଧିକ କର୍ମଚାରୀଙ୍କ ଦକ୍ଷ ପୁଲ୍‌ ରହିଛି । ମଣିପାଲ ହସପିଟାଲ ସମଗ୍ର ବିଶ୍ୱର ଅନେକ ରୋଗୀଙ୍କ ପାଇଁ ବ୍ୟାପକ ରୋଗ ନିରାକରଣ ଏବଂ ପ୍ରତିଷେଧକ ଯତ୍ନ ପ୍ରଦାନ କରିଥାଏ । ମଣିପାଲ ହସ୍ପିଟାଲ ଏନଏବିଏଚ, ଏବଂ ଏଏଏଚଆରପିପି ସ୍ୱୀକୃତିପ୍ରାପ୍ତ ଏବଂ ଏହାର ନେଟୱାର୍କର ଅଧିକାଂଶ ଡାକ୍ତରଖାନା ହେଉଛି ଏନଏବିଏଲ୍‌, ଇଆର ଏବଂ ବ୍ଲଡ ବ୍ୟାଙ୍କ ସ୍ୱୀକୃତିପ୍ରାପ୍ତ ଏବଂ ନର୍ସିଂ ଉତ୍କର୍ଷତା ପାଇଁ ସ୍ୱୀକୃତିପ୍ରାପ୍ତ । ମଣିପାଲ ହସ୍ପିଟାଲ ମଧ୍ୟ ବିଭିନ୍ନ ଉପଭୋକ୍ତା ସର୍ବେକ୍ଷଣ ମାଧ୍ୟମରେ ଭାରତର ସବୁଠାରୁ ସମ୍ମାନଜନକ ଏବଂ ରୋଗୀ ସୁପାରିଶ କରାଯାଇଥିବା ଡାକ୍ତରଖାନା ଭାବରେ ସ୍ୱୀକୃତି ପାଇଛି ।

Leave a Reply

Your email address will not be published. Required fields are marked *

Back To Top