ଭୋକ ଉପାସରେ କୈବର୍ତ୍ତ ପରିବାର- ଦାବୀ ପୂରଣ ନହେଲ ଆନ୍ଦୋଳନ ଚେତାବନୀ

Express News

ଭୋକ ଉପାସରେ କୈବର୍ତ୍ତ ପରିବାର- ଦାବୀ ପୂରଣ ନହେଲ ଆନ୍ଦୋଳନ ଚେତାବନୀ
ପାରାଦୀପ- ପାରାଦୀପ ଉପକଣ୍ଠ ବିଶ୍ୱାଳୀଠାରେ କୁଜଙ୍ଗ, ଏରସମା, କେନ୍ଦ୍ରାପଡା ଜିଲ୍ଲାର କୈବର୍ତ୍ତମାନଙ୍କର ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଯାଇଛି । ପାରାଦୀପଠାରେ ଥିବା ବିଭିନ୍ନ କମ୍ପାନୀର ବର୍ଜ୍ୟ ବସ୍ତୁ ଓ ଜଳର ପ୍ରଭାବରେ ନଦୀ ଗୁଡିକର ଜଳ ପ୍ରଦୂଷିତ ହେଉଛି । ଯାହାର ପ୍ରଭାବରେ ମାଛ ବଂଶ ବୃଦ୍ଧିରେ ବାଧକ ସାଜିଛି । ପୂର୍ବରୁ କୁଜଙ୍ଗର ଷଣ୍ଢ ରାଜା କୈବର୍ତ୍ତମାନଙ୍କୁ ୫୭ କିତା ନଦୀ ପ୍ରଦାନ କରିଥିଲେ । ଯାହାର ମାଲିକ ହେଉଛନ୍ତି ଷୋଳଭାୟା କୈବର୍ତ୍ତ ସମାଜ । ଏମାନେ ନଦୀରୁ ମାଛ ମାରି ପରିବାର ପ୍ରତିପୋଷଣ କରୁଥିଲେ । ମାତ୍ର କ୍ରମଶଃ ନଦୀ ଗୁଡିକ ଜବରଦଖଲ କରାଯିବା ସହିତ କମ୍ପାନୀର ପ୍ରଦୂଷିତ ଜଳ ମାଛ ବଂଶ ବୃଦ୍ଧିରେ ବାଧକ ସାଜିଛି । ମହାନଦୀ ମୁହାଣ ଦେଇ ସମୁଦ୍ରରୁ ମାଛ ମହାନଦୀକୁ ଆସିଥାନ୍ତି ଏବଂ ଏହି ମାଛ ଧରି କୈବର୍ତ୍ତମାନେ ପରିବାର ପ୍ରତିପୋଷଣ କରିଥାନ୍ତି । ମାତ୍ର ଏବେ ତାହା ସମ୍ଭବ ହେଉନାହିଁ
ା ଖୁବ୍ ଶୀଘ୍ର ନଦୀ ଜବରଦଖଲ ହଟାଇବା ସହିତ ମହାନଦୀ ଓ ଅନ୍ୟ ନଦୀକୁ କମ୍ପାନୀର ପ୍ରଦୂଷିତ ଜଳ ଛାଡିବା ବନ୍ଦ କରିବାକୁ ଦାବୀ କରିଛନ୍ତି କୈବର୍ତ୍ତସମାଜ ମୁରବୀମାନେ । ନଚେତ୍ କୈବର୍ତ୍ତ ସମାଜ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି । ପ୍ରକାଶଥାଉକି, ପାରାଦୀପ ଫସଫେଟସ୍ ଲିମିଟେଡ୍‌ର ବର୍ଜ୍ୟ ଜଳ ସବୁବେଳେ ନଦୀ ଜଳରେ ମିଶୁଥିବାରୁ ବାରମ୍ବାର ମାଛ ମରି ଭାସୁଥିବା ବେଳେ କୈବର୍ତ୍ତ ମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଥିବା ଖବରର ଶିରୋନାମାରେ ପ୍ରକାଶିତ ହୋଇ ଆସୁଥିଲେ ବି ପ୍ରତିକାର ଶୂନ୍ୟ ।

Leave a Reply

Your email address will not be published. Required fields are marked *

Back To Top