କାଶୀନଗର ତା 30/11/24
ନଭେମ୍ବର ୨୮ ତାରିଖ ରୁ ୩୦ ତାରିଖ ପର୍ଯ୍ୟନ୍ତ ଦୁଇ ଦିନ ଧରି ଚାଲିଥିବା ବାରଣାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ତରଫରୁ ୭୦ତମ ବାର୍ଷିକ ଖେଳକୁଦ ଉତ୍ସବ ଆଡମ୍ବର ସହକାରେ ଆଜି ଉଦଯାପନ ହୋଇଯାଇଅଛି । ଏହି ଉତ୍ସବକୁ କାଶୀନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡମ୍ବରୁଧର ମଲ୍ଲିକ ମୁଖ୍ୟଅତିଥି ରୂପେ ଯୋଗଦେଇ ପିଲାଙ୍କ କଳା, ଖେଳ ଓ ସାହିତ୍ୟର ପ୍ରତିଭା ହିଁ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରେ ବୋଲି ବକ୍ତବ୍ୟ ରଖିଥିଲେ । ମାନନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଡମ୍ବରୁଧର ମଲ୍ଲିକଙ୍କ ଅଭିଭାଷଣ ସଭିଙ୍କୁ ଅଭିଭୂତ କରିଥିଲା
ଏହି ଉତ୍ସବରେ ମୁଖ୍ୟବକ୍ତା ହୃଷୀକେଶ ଗୌଡ଼ ବରିଷ୍ଠ ନାଗରିକ ଏବଂ ସଭାପତି ବଂଶଧାରା ପାଠାଗାର, ସମ୍ମାନୀତ ଅତିଥି ସହଗୋଷ୍ଠୀ ଶିକ୍ଷା ଅଧିକାରୀ ନର୍ମଦା କୁମାରୀ ଦାଶ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ସନ୍ତୋଷ ପଣ୍ଡା,ବିଦ୍ୟାଳୟ ପରିଚାଳନା କମିଟି ତରଫରୁ ସଭାପତି ଶୁଭ୍ରାଂଶୁ ମୋହନ ପଣ୍ଡା, ସଦସ୍ୟ କାର୍ତ୍ତିକ ଶବର, ପ୍ରଶାନ୍ତ ମହାରଣା, ବୀନିୟମ୍ ଭୂୟାଁ, ସି ଆର ସି ସି ଆର ମଧୁ କୁମାର ଆଦି ଅତିଥିଗଣ ଯୋଗଦେଇ ପିଲାଙ୍କୁ ପୁରସ୍କୃତ କରିଥିଲେ ।
ପ୍ରଧାନ ଶିକ୍ଷକ ଭାଗୀରଥି ବେହେରାଙ୍କ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଅତିଥିଙ୍କ ଦ୍ଵାରା ବିଭିନ୍ନ ଦଳଗତ ଖେଳରେ ଉତ୍କୃଷ୍ଠ ପ୍ରଦର୍ଶନ ପାଇଁ ବିଭିନ୍ନ ହାଉସକୁ କ୍ରିକେଟ, ଭଲିବଲ୍, ଖୋ ଖୋ ଏବଂ କବାଡିରେ ପ୍ରମାଣପତ୍ର ଓ ମେଡାଲରେ ଛାତ୍ରଛାତ୍ରୀଙ୍କୁ ସମ୍ମାନୀତ କରାଗଲା । ଏହି ଉତ୍ସବରେ ମୁଖ୍ୟ ଅତିଥିଙ୍କୁ ଦ୍ଵାରା ପ୍ରାଚୀର ପତ୍ରିକା ‘ ବଂଶଧାରା ‘ ଡ଼ିସେମ୍ବର ସଂଖ୍ୟା ଉନ୍ମୋଚିତ ହେଲା । ଏହି ଖେଳ ଉତ୍ସବକୁ ଖେଳ ଶିକ୍ଷକ ଏ ମଧୁଙ୍କ ସଂଯୋଜନାରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାଳୟ ଛାତ୍ର ସଂସଦର ସହଯୋଗରେ ସମାପନ ହେଲା.